ଦିଶା ପଟାନୀଙ୍କ ଫ୍ୟାଶନ ନିଜ ଉପରେ ପଡିଲା ଭାରୀ, ବାରମ୍ବାର ଠିକ୍ କରୁଥିଲେ ନିଜ ସ୍କର୍ଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଦିଶା ପଟାନି ଏବେ ଅର୍ଜୁନ କପୁର, ଜନ୍ ଅବ୍ରହାମ ଏବଂ ତାରା ସୂତରିଆଙ୍କ ସହ ନିଜର ଆଗାମୀ କ୍ରାଇମ ଥ୍ରୀଲର “ଏକ ଭିଲେନ୍ ରିଟର୍ନ” ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ପ୍ରଶଂସକମାନଙ୍କୁ କିଛି ପ୍ରମୁଖ ଫ୍ୟାଶନ ଗୋଲ ମଧ୍ୟ ଦେଇଥିଲେ । ବଡି ହଂଗିଙ୍ଗ ମିନି ଡ୍ରେସ ଠାରୁ ଆରମ୍ଭ କରି ଥାଇ ହାଇ ସ୍ଲାଇଟ୍ ପୋଷାକ ପର୍ଯ୍ୟନ୍ତ ସେ ନିଜ ଗ୍ଲାମରସ୍ ଅବତାର ସହିତ ହଇଚଇ ସୃଷ୍ଟି କରିଥିଲେ । କିନ୍ତୁ ତାଙ୍କର ଲଟେଷ୍ଟ ଲୁକ୍କୁ ନେଟେନିଜେନ୍ସ କିଛି ଖାସ ପସନ୍ଦ କରୁନଥିଲେ ଏବଂ ଦିଶା ନିଜେ ମଧ୍ୟ ଏହି ପୋଷାକରେ ଅସହଜ ମଣୁଥିଲେ ।

ଦିଶା ପାଟାନି ଫ୍ୟାଶନ୍ ଏବଂ ଷ୍ଟାଇଲ୍ ଦୃଷ୍ଟିରୁ ରିସ୍କ ନେବାକୁ ପସନ୍ଦ କରନ୍ତି । କିନ୍ତୁ ଏଥର ତାଙ୍କର ରିସ୍କି ଫ୍ୟାଶନ ତାଙ୍କ ଉପରେ ଭାରି ପଡୁଥିବା ପରି ମନେ ହେଉଥିଲା । ନିକଟରେ ଏହି ଅଭିନେତ୍ରୀ ଏକ ଭିଲେନ୍ ରିଟର୍ନସର ପ୍ରମୋସନ ପାଇଁ ଏକ ନିନ୍ ଗ୍ରୀନ୍ ଲେସି ବ୍ରାଲେଟ୍ ସହିତ ଯୋଡି ଏକ ସୀଲବର କଲର ଚମତ୍କାର ଥାଇ ହାଇ ସ୍ଲିଟ୍ ପେନ୍ସିଲ୍ ସ୍କର୍ଟ ପିନ୍ଧିଥିଲେ । ଦିଶା ଏହି ଲୁକର ପ୍ରତ୍ୟେକ ଇଞ୍ଚରେ ଗ୍ଲାମରସ୍ ଦେଖାଯାଉଥିଲେ । କିନ୍ତୁ ଏହା ସହିତ ତାଙ୍କର ଗ୍ଲାମର ତାଙ୍କୁ ବ୍ୟଥିତ କରୁଥିଲା । ପାପରାଜି ବିରଲ ଭୟାନି ଦିଶାଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଛନ୍ତି, ଯେଉଁଥିରେ ସେ ବାରମ୍ବାର ତାଙ୍କ ସ୍କର୍ଟ ଠିକ୍ କରୁଥିବା ଦେଖାଯାଇଥିଲା ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଆସନରୁ ଉଠିବା ଠାରୁ ଆରମ୍ଭ କରି ମଞ୍ଚକୁ ଯିବା ପର୍ଯ୍ୟନ୍ତ ଦିଶା ବାରମ୍ବାର ତାଙ୍କ ସ୍କର୍ଟ ଠିକ୍ କରି ଚାଲିଥିଲେ । ଅଭିନେତ୍ରୀଙ୍କ ଏହି ଅସହଜତା ନେଟ୍‌ଜେନ୍‌ମାନଙ୍କ ଠାରୁ ଲୁଚି ରହିପାରି ନଥିଲା । ଜଣେ ୟୁଜର ଲେଖିଛନ୍ତି, ଦିଶାଙ୍କର କିଛି ଫ୍ୟାଶନ ସେନ୍ସ ନାହିଁ, ଖାଲି ବଡି ଶୋ କରନ୍ତି ? ଅନ୍ୟ ଜଣେ ଲେଖିଛନ୍ତି, ‘ଢଙ୍ଗରେ ପୋଷାକ ପିନ୍ଧ।’

ଫିଲ୍ମ ବିଷୟରେ କହିବାକୁ ଗଲେ ‘ଏକ ଭିଲେନ୍ ରିଟର୍ନସ୍’ ମୋହିତ ସୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଏବଂ ରିତିଶ ଦେଶମୁଖଙ୍କ ଅଭିନୀତ ସିରିଜର ପ୍ରଥମ ଭାଗକୁ ସଫଳତାର ସହ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଜୁଲାଇ 28 ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି ।


ସେୟାର କରନ୍ତୁ