ରିପୋର୍ଟ- ରାକେଶ ଚନ୍ଦ୍ର ପରିଡ଼ା
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଷ୍ଟଶମ୍ବୁ ମନ୍ଦିରକୁ ପାଣି ଢାଳିବା ପାଇଁ ନିକଟସ୍ଥ କୁଆଳୁ ଦେଇ ଯାଇଥିବା ରେଙ୍ଗାଳି ବାମ ପାର୍ଶ୍ଵ କେନାଲରେ ଗତ କାଲି ସକାଳେ ଜଣେ କାଉଡିଆ ଭକ୍ତ ପାଣି ଉଠାଇବା ସମୟରେ ଗଭୀର ଜଳ ସୃତରେ ବୁଡି ଭାସିଯାଇଥିଲେ l ନିଖୋଜ କାଉଡିଆ ଜଣକ ଥିଲେ ତାଳଚେର ବାଘୁଆବୁଲ ଅଞ୍ଚଳର ଶମ୍ଭୁନାଥ ବାରିକଙ୍କ ଜ୍ୟଷ୍ଠ ପୁତ୍ର ମହେଶ୍ୱର ବାରିକ l ଅଗ୍ନିସମ ବିଭାଗ ପକ୍ଷରୁ ଦୀର୍ଘ ସମୟ ଖୋଜା ଖୋଜି ପରେ ମହେଶ୍ୱର ମିଳିନଥିଲେ l ଆଜି ସକାଳୁ କୁଆଳୁ ଗ୍ରାମର ସ୍ଥାନୀୟ ଗ୍ରାମବାସୀ ମାନେ ମହେଶ୍ୱରଙ୍କ ମୃତ୍ୟୁ ଦେହ ଭାସୁଥିବାରୁ ଦେଖି ଉଦ୍ଧାର କରିଥିଲେ l
