ଜଳ ଉଠାଉଥିବା ବେଳେ କେନାଲରେ ଭାସିଗଲେ କାଉଡିଆ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ସୋମବାର ପରଜଙ୍ଗ ବ୍ଲକ କୁଆଳୋ ଗ୍ରାମ ଅଷ୍ଟଶମ୍ଭୁ ମନ୍ଦିରକୁ ପାଣି ଢାଳିବାକୁ ଆସି ଭାସିଯାଇ ନିଖୋଜ ହୋଇଛନ୍ତି ଜଣେ କାଉଡିଆ । ନିଖୋଜ କାଉଡିଆ ଜଣଙ୍କ ହେଉଛନ୍ତି ତାଳଚେର ଆଇଟିଆଇ ଛକ ଅଞ୍ଚଳର ମହେଶ୍ବର ବାରିକ ।

ସୂଚନା ମୁତାବକ, ତାଳଚେର ଆଇଟିଆଇ ଛକ ଅଞ୍ଚଳର ମହେଶ୍ବର ବାରିକ (17) ନିଜ ଦୁଇ ସାଙ୍ଗ ମାନଙ୍କ ସହିତ ଜଳ ଅଭିଷେକ ପାଇଁ କୁଆଳୋ ଗ୍ରାମ ଯାତ୍ରା ପଡିଆ ଦେଇ ଯାଉଥିବା ରେଙ୍ଗାଲି ବାମ ପାର୍ଶ୍ୱର କେନାଲରୁ ପାଣି ଉଠାଉଥିଲେ । କୌଣସି ଅସାବଧାନତା କାରଣରୁ ଦୁଇ ଜଣ କେନାଲରେ ଭାସି ଯାଇଥିଲେ । ତେବେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଜଣେ ଉଦ୍ଧାର ହୋଇଥିବା ବେଳେ ମହେଶ୍ବର ଭାସିଯାଇ ନିଖୋଜ ହୋଇଯାଇଥିଲେ । ଏ ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ନିଖୋଜ କାଉଡିଆଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।


ସେୟାର କରନ୍ତୁ