ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଜଣାଶୁଣା ହାସ୍ୟ ଅଭିନେତା ତଥା ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତ ହୋଇଛି । ଖବର ଅନୁଯାୟୀ, ହାସ୍ୟ ଅଭିନେତା ଜିମରେ ୱାର୍କଆଉଟ କରୁଥିବାବେଳେ ହୃଦଘାତରେ ପୀଡିତ ହୋଇ ଟ୍ରାଡମିଲ ଉପରେ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ‘AIIMS’ ରେ ଭର୍ତ୍ତି କରାଯାଇଛି । ଏହି ଖବରକୁ ହାସ୍ୟ ଅଭିନେତାଙ୍କ ଭାଇ ନିଶ୍ଚିତ କରିଛନ୍ତି ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜିମରେ ଟ୍ରାଡମିଲରେ ଦୌଡ଼ିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସେ ବେହୋସ ହୋଇଥିଲେ । ଏହା ପରେ ରାଜୁଙ୍କୁ ତୁରନ୍ତ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ଡାକ୍ତର ଦଳ ତାଙ୍କୁ ଦୁଇଥର ସି.ପି.ଆର ଦେଇଥିଲେ ଏବଂ ଯାହା ପରେ ସେ ରିଭାଇଜ ହୋଇଥିଲେ । ବର୍ତ୍ତମାନ ହାସ୍ୟ ଅଭିନେତା ଏମରଜିନ୍ସ ରେ ଅଛନ୍ତି ଏବଂ ଏମରଜିନ୍ସ ଦଳ ଏହାର ଯତ୍ନ ନେଉଛନ୍ତି । Dr ନୀତୀଶ ନୟଙ୍କ ତତ୍ୱାବଧାନରେ ରାଜୁଙ୍କ ଚିକିତ୍ସା ଚାଲିଛି ।


ସେୟାର କରନ୍ତୁ