ତାପସୀ ପନ୍ନୁଙ୍କ ଦମଦାର ରୋଲ, ‘ଦୋବାରା’ ଟ୍ରେଲର ହେଲା ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ତାପସୀ ପନ୍ନୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଦୋବାରା’ ଅଗଷ୍ଟ 19 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ଏହି ଚଳଚ୍ଚିତ୍ରଟିକୁ ଅନୁରାଗ କାଶ୍ୟପ ଏବଂ ଏକତା କପୁର ମିଳିତ ଭାବେ ନିର୍ମିତ କରିଛନ୍ତି । କିଛି ସମୟ ପୂର୍ବରୁ ଫିଲ୍ମର ଏକ ଟ୍ରେଲର ମୁକ୍ତିଲାଭ କରିଥିଲା, ଯାହା ଦର୍ଶକ ଭଲ ଭାବରେ ପସନ୍ଦ କରିଛନ୍ତି । ଏହି ସମୟରେ ଫିଲ୍ମ ରିଲିଜ ହେବାର ଦୁଇ ଦିନ ପୂର୍ବରୁ ଦୋବାରାର ଏକ ଟ୍ରେଲର ରିଲିଜ ହୋଇଛି । ବର୍ତ୍ତମାନ ଏହି ଫିଲ୍ମ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମ ପ୍ରତି ଆଗ୍ରହ ଅଧିକ ବଢିଛି । ପ୍ରଥମ ଟ୍ରେଲର ପରେ, ବର୍ତ୍ତମାନ ଦ୍ୱିତୀୟ ଟ୍ରେଲରକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି ।

ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାପସୀଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ। ଯିଏକି ବର୍ତ୍ତମାନଠୁ ଅତୀତକୁ ଅଲଗା କରିବା ପାଇଁ ସଂଘର୍ଷ କରୁଛି । ଟ୍ରେଲର୍‌ରେ ପୋଲିସ ଭୂମିକା ନିର୍ବାହ କରିଥିବା ପାଭେଲ୍‌ ଗୁଲାଟି ଏହି ସ୍ଥିତିରେ ତାପସୀଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଏକ ପୁରୁଣା ଟେଲିଭିଜନ୍‌ ସେଟ୍‌ ତାଙ୍କ ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଦେଖିବାକୁ ମିଳିଛି ।

ତାପସୀଙ୍କ ସହ ଏହି ଫିଲ୍ମରେ କାମ କରିବା ବିଷୟରେ ଅନୁରାଗ କଶ୍ୟପ କହିଛନ୍ତି, ମହିଳାଙ୍କ ସହ କାମ କରିବା ଅପେକ୍ଷାକୃତ ସହଜ ଏବଂ ସେମାନଙ୍କ ସହ ଡିଲ୍‌ ମଧ୍ୟ ସରଳ । ସେହି ଦୃଷ୍ଟିରୁ ତାପସୀଙ୍କ ସହ କାମ କରିବା ତାଙ୍କ ପାଇଁ ସହଜ ହୋଇଛି । ତାପସୀଙ୍କଠାରୁ ସେ ଭରପୂର ଭରସା ପାଇଛନ୍ତି । ଭରସା ନ ଥିଲେ କାମ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ । ନବାଗତ ପୁରୁଷ କଳାକାରମାନେ ପୂର୍ଣ୍ଣ ବିଶ୍ୱାସ ଦେଇଥାନ୍ତି, କିନ୍ତୁ ଧୀରେ ଧୀରେ ଅସୁରକ୍ଷିତ ଭାବନା ସେମାନଙ୍କ ଭିତରେ ସୃଷ୍ଟି ହୁଏ । ସଫଳତା ଓ ବିଫଳତା ସହିତ ଅନେକ ଲୋକ ବଦଳି ଯାଇଥିବା ସେ ଦେଖିଛନ୍ତି ।

କିନ୍ତୁ ତାପସୀ ଆରମ୍ଭରୁ ସେହିଭଳି ଅଛନ୍ତି ବୋଲି ଅନୁରାଗ କହିଛନ୍ତି । ‘ଦୋବାରା’ ଅନୁରାଗ ଓ ତାପସୀଙ୍କର 2ୟ ଫିଲ୍ମ । ଏହା ପୂର୍ବରୁ 2018 ମସିହାରେ ଫିଲ୍ମ ‘ମନ୍‌ମର୍ଜିୟାଁ’ରେ କାମ କରିଥିଲେ । ଏଥିରେ ଅଭିଷେକ ବଚ୍ଚନ ଓ ଭିକି କୌଶଲ ମଧ୍ୟ ସ୍କ୍ରିନ୍‌ ସେୟାର କରିଥିଲେ । 2018 ମସିହାରେ ମୁକ୍ତିପ୍ରାପ୍ତ ସ୍ପାନିଶ୍‌ ଫିଲ୍ମ ‘ମ୍ୟାରେଜ୍‌’ର ହିନ୍ଦୀ ରୂପାନ୍ତର ହେଉଛି ‘ଦୋବାରା’ ।


ସେୟାର କରନ୍ତୁ