ପରଜଙ୍ଗ : ପରଜଙ୍ଗ ବ୍ଲକ ଜଟିଆ ଛକ ଠାରେ ଆଜି ଦିନ 9 ଘଟିକାରୁ ଜଟିଆ ଯୁବ ସଂଗଠନ ତରଫରୁ ଅନିର୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରାଯାଇଥିଲା । ଏହାର ପ୍ରଭାବରେ ପ୍ରାୟ ଦୁଇ ଘଣ୍ଟା ପାଖାପାଖି 53 ନମ୍ବର ଜାତୀୟ ରାଜପଥରେ ଶହଶହ ଭାରୀଯାନ ଅଟକି ରହିଥିଲା । ତେବେ ଏହି କାମ କରୁଥିବା କୁନାଲ କମ୍ପାନୀ ରାସ୍ତା ମରାମତି କରିବାର ଲିଖିତ ଆକାରରେ ଦେବା ପରେ ରାସ୍ତା ରୋକ ହଟିଥିଲା ।

ସୂଚନା ମୁତାବକ, କୁନାଲ କମ୍ପାନୀକୁ ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ ଜଟିଆ ଗ୍ରାମବାସୀଙ୍କ ତରଫରୁ କରାଯାଇଥିଲେ ମଧ୍ୟ କମ୍ପାନୀ କାମ କରିନଥିଲା । ଯେଉଁଥିପାଇଁ ଲୋକମାନେ ଜଟିଆ ଷ୍ଟାଣ୍ଡ ଠାରୁ ବ୍ରିଜ ସମେତ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯେଉଁଥିପାଇଁ ଜଟିଆ ଯୁବ ସଂଗଠନ ତରଫରୁ ରାସ୍ତାରୋକ କରିବାର ନିଷ୍ପତି ନିଆଯାଇଥିଲା ।
