ତେଜିଲା ସାନ୍ତାଳୀ ଭାଷା ଶିକ୍ଷକଙ୍କ ନିୟମିତ ଦାବି, ଭଦ୍ରକରୁ ନବୀନ ନିବାସକୁ ପଦଯାତ୍ରା

ରାଜ୍ୟ
ସେୟାର କରନ୍ତୁ

ଭଦ୍ରକ : ସାନ୍ତାଳୀ ଭାଷା ଶିକ୍ଷକଙ୍କର ନିୟମିତ ମାନ୍ୟତା ଦାବିରେ ନବୀନ ନିବାସକୁ ପଦଯାତ୍ରା ହେଉଅଛି । ମୟୁରଭଞ୍ଜର ସାନ୍ତାଳୀ ମୁଣ୍ଡାରୀ ଭାଷା ଶିକ୍ଷକ ସଂଘ ତରଫରୁ ଆୟୋଜିତ ପଦଯାତ୍ରା ଏବେ ଭଦ୍ରକ ଅତିକ୍ରମ କରିଛି । 2007 ମସିହାରେ 100 ଜଣ ଅଲଚିକି ଶିକ୍ଷକ 3200 ଟଙ୍କା ପାରିଶ୍ରମିକରେ ସାନ୍ତାଳୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ।

ଦୀର୍ଘ 15 ବର୍ଷରୁ ଅଧିକ ଦିନ ଶିକ୍ଷକତା କରୁଥିଲେ ମଧ୍ୟ ସେମାନଙ୍କୁ ଏଯାଏ ନିୟମିତ ଶିକ୍ଷକର ମାନ୍ୟତା ମିଳିନାହିଁ । ପୂର୍ବରୁ ନିୟମିତ ପାଇଁ ଆନ୍ଦୋଳନ କରିଥିଲେ ମଧ୍ୟ କେବଳ ପ୍ରତିଶୃତି ପ୍ରତିଶୃତିରେ ରହିଯାଇଛି । ତେଣୁ ନିଜ ହକ ପାଇଁ ଆଦିବାସୀ ଭାଷା, ଶିକ୍ଷା ଓ ଅଲିଚିକି ଶିକ୍ଷକଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରୁଛନ୍ତି ।


ସେୟାର କରନ୍ତୁ