‘ଭାରତ ଯୋଡ଼ୋ’ ଅଭିଯାନରେ ଓଡିଶାରୁ ହେବେ 100 ପ୍ରତିନିଧି ସାମିଲ : ପିସିସି ସଭାପତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆସନ୍ତା 7 ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି । କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ ।

ସେ କହିଛନ୍ତି, ଏହା ବଡ଼ ଜନସଂପର୍କ ପଦଯାତ୍ରା । ଏହା 12ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ହେବ । ଏହା 150 ଦିନର ପଦଯାତ୍ରା । ପ୍ରାୟ 3500 କିଲୋମିଟରକୁ କଭର କରାଯିବ । ଏହି ପଦଯାତ୍ରାରେ 30% ମହିଳା ସାମିଲ ହେବେ । bharatjodojatra.in ୱେବସାଇଟରେ ଏହାର ସିଧା ପ୍ରସାରଣ ହେବ । ଅର୍ଥନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକଙ୍କୁ ସଚେତନ କରେଇବା ସହ ଲୋକଙ୍କ ଆମୁଳ ଚୁଳ ସମସ୍ୟା ସମସ୍ୟା ବିଷୟରେ ଅବଗତ ହେବ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିବା ଅନୁଯାୟୀ, ଓଡ଼ିଶାରେ ମଧ୍ୟ ଏହି ପଦଯାତ୍ରା ହେବ । ଓଡ଼ିଶା କଂଗ୍ରେସରୁ 100 ଜଣ ପ୍ରତିନିଧି ଯିବେ । ସେମାନେ ଓଡ଼ିଶାରୁ ପାଣି ଓ ମାଟି ନେଇ ‘ଭାରତ ଯୋଡ଼ୋ’ ଅଭିଯାନରେ ସାମିଲ ହେବେ ।


ସେୟାର କରନ୍ତୁ