ଭୁବନେଶ୍ୱର : 1 ଅକ୍ଟୋବର, 2022 ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁ 1 ତାରିଖରୁ ବର୍ଷା ପରିମାଣ ବଢିଯିବ । 2 ରେ ବଢିବ ବର୍ଷାର ବିସ୍ତୃତି , ପ୍ରଭାବିତ ହେବ ସମ୍ପୂର୍ଣ୍ଣ ଉପକୂଳ ଓଡିଶା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଇଛି ।
