ବୀର ବାଜି ରାଉତ ସେନା ପକ୍ଷରୁ ପଥଚାରି ମାନଙ୍କ ପାଇଁ ଜଳଛତ୍ର କାର୍ଯ୍ୟକ୍ରମ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଜଳ ଦାନ ମହାପୂଣ୍ୟ, ଅସହ୍ୟ ତାତି ଗୁଳୁଗୁଳି ଭିତରେ ପଥଚାରିଙ୍କର ସୁଷ ମେଣ୍ଟେଇବା ପାଇଁ ସରକାରୀ ସ୍ତରରେ ହେଉ ଅବା ବେସରକାରୀ ସ୍ତରରେ ବହୁ ଜଳଛତ୍ରମାନ ଖୋଲାଯାଇଅଛି l ଆଜି ବୀର ବାଜି ରାଉତ ସେନା ପକ୍ଷରୁ ପ୍ରଚଣ୍ଡ ଖରାର ତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଟୋଇ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ ସାନ୍ଦା ହାଟରେ ଦହି ସର୍ବତ ବଣ୍ଟନ କରାଯାଇଛି ।

ଏହି ଅମୃତ ଧାରା କାର୍ଯ୍ୟକ୍ରମ ଜରିଆରେ ହଜାର ହଜାର ଲୋକ ମାନଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ।

ଏହି କାର୍ଯ୍ୟକ୍ରମରେ ବୀର ବାଜି ରାଉତ ସେନାର ମେମ୍ବର ସୁଶାନ୍ତ, ସଞ୍ଜୟ, କୈବଲ୍ୟ, ପ୍ରଦିପ, କାହ୍ନା, ସୁବ୍ରତ, ଶୁବେନ୍ଧୁ,ଦୁଷ୍ମନ୍ତ, ଅଜିତ, ସତ୍ୟଜିତ,ସତ୍ୟବାଦୀ, ପର୍ଶୁରାମ, ଜୀବନ, ଲିପୁ ଓ ସିପୁନ ଭାଇ ସମସ୍ତେ ଉପସ୍ଥିତ ରହି ସମସ୍ତ ବାଟୋଇ ଭାଇମାନଙ୍କୁ ଦହି ସର୍ବତ ବଣ୍ଟନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ପ୍ରତ୍ୟେକ ସ୍ବେଚ୍ଛାସେବୀ ବା କାର୍ଯ୍ୟକର୍ତା ମାନଙ୍କୁ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି l


ସେୟାର କରନ୍ତୁ