ଜୀବନ ଏବଂ ମୃତ୍ୟୁ ସହିତ ସଂଗ୍ରାମ କରୁଛି ‘ମିଲି’, ଜାହ୍ନବୀ କପୁରଙ୍କ ଫିଲ୍ମର ଦମଦାର ଟ୍ରେଲର ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ‘ମିଲି’ର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ତାଙ୍କ ପିତା ବୋନି କପୁରଙ୍କ ଦ୍ୱାରା ନିର୍ମିତ ଏବଂ 2019 ମାଲାୟାଲମ୍ ହିଟ୍ ହେଲେନର ରିମେକ୍ ଅଟେ । ନଭେମ୍ବର 4 ରେ ମିଲି ପ୍ରେକ୍ଷାଳୟକୁ ଆସିବ ।

ଜାହ୍ନବୀ କପୁରଙ୍କ ଫିଲ୍ମ ‘ମିଲି’ର ପୂର୍ବରୁ ଟିଜର ରିଲିଜ ହୋଇସାରିଛି । ଏବେ ଏହାର ଟ୍ରେଲର ମଧ୍ୟ ରିଲିଜ୍ ହୋଇଛି, ଯାହା ଜଣେ ସାଧାରଣ ଝିଅର ଜୀବନକୁ ଚିତ୍ରଣ କରି ଆରମ୍ଭ ହୋଇଅଛି । ଏକ ସ୍ନେହୀ ପିତା (ମନୋଜ ପହୱା) ଏବଂ ଝିଅର କେମେଷ୍ଟ୍ରିକୁ ନେଇ ହୋଇଛି । ଅଭିନେତା ସନ୍ନି କୌଶଲ ଏହି ଚଳଚ୍ଚିତ୍ରରେ ମିଲିଙ୍କ (ଜାହ୍ନବୀ କପୁର) ପ୍ରେମିକ ଭୂମିକାରେ ଅଭିନୟ କରିଛନ୍ତି ।

ଟ୍ରେଲରରେ ମିଲି ତାଙ୍କ ପିତା ଏବଂ ପ୍ରେମିକଙ୍କ ସହ ସାଧାରଣ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି । ଏକ ଫୁଡ ଜଏଣ୍ଟରେ କାମ କରୁଥିବା ମିଲି ତାଙ୍କ ଭଲ ଭବିଷ୍ୟତ ପାଇଁ କାନାଡା ଯିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଦିନେ ହଠାତ୍ ସେ ନିଜ କାମ କରୁଥିବା ଫୁଡ ଜଏଣ୍ଟ କୋଲଡ ଷ୍ଟୋରେଜରେ ଅଟକି ଗଲେ । ଟ୍ରେଲରରେ ଏହା ଦେଖାଯାଏ ଯେ କୋଲଡ ଷ୍ଟୋରେଜର ତାପମାତ୍ରା -17 C ତଳକୁ ଖସିଯାଏ ଏବଂ ମିଲି ନିଜକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଏହାପରେ ମିଲିଙ୍କ ବାପା ଏବଂ ତାଙ୍କ ପ୍ରେମିକ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ।

ଜାତୀୟ ପୁରସ୍କାର ବିଜେତା ମଥୁକୁଟି ଜାଭିୟର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଜାହ୍ନବୀ କପୁର 2021 ମସିହାରେ ‘ମିଲି’ର ସୁଟିଂ ସମାପ୍ତ କରିଥିଲେ ଏବଂ ପରେ ସେ ସେଟରୁ କିଛି ଚିତ୍ର ମଧ୍ୟ ସେୟାର କରିଥିଲେ । ଏହା ସହ ସେ ଟିମ ତଥା ତାଙ୍କର ପ୍ରିୟ ‘ପାପା’ (ବୋନି କପୁର) ଙ୍କ ପାଇଁ ଏକ ନୋଟ୍ ଲେଖିଥିଲେ, ଯିଏକି ଏହି ଚଳଚ୍ଚିତ୍ରର ନିର୍ମାତା ମଧ୍ୟ ଅଟନ୍ତି ।


ସେୟାର କରନ୍ତୁ