ଦୁର୍ବୁର୍ତ୍ତର ଗୁଳି ମାଡ଼ରେ ଯୁବକର ମୃତ୍ୟୁ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ : ସୁନୀଲ କୁମାର ନାୟକ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ହାଡ଼ଗରୀଠାରେ ରବିବାର ଅପରାହ୍ନରେ ଡିଉଟି ସାରି ଫେରୁଥିବା ବେଳେ ଦୁର୍ବୁର୍ତ୍ତର ଗୁଳି ମାଡ଼ରେ ଜଣେ ଯୁବକର ମୃତ୍ୟୁ ହୋଇଛି l ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ଗ୍ରାମର ମୀନକେତନ ଦଳେଇ (45) l ମୀନକେତନ ଟାଟା ମାଇନ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ l

ସୂଚନା ଅନୁଯାୟୀ, ରବିବାରଦିନ ଅପରାହ୍ନରେ ମୀନକେତନ ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ହାଡ଼ଗରୀଠାରେ କେନାଲ ନିକଟରେ କେହି ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳି ମାଡ କରିଥିଲା l ଯାହା ଫଳରେ ମୀନକେତନ ସ୍କୁଟିରୁ ତଳଜୁ ଖସି ପଡ଼ିଥିଲେ l ମୀନକେତନ ଗାଡ଼ିରୁ ତଳେ ପଡି ଯିବାର ଦେଖି କିଛି ବାଟରେ ଥିବା ଗ୍ରାମବାସୀ କେତେକ ମୀନକେତଙ୍କ ପାଖରେ ପହଞ୍ଚି ଦେଖିଲା ବେଳକୁ ମୀନକେତନ ରକ୍ତରେ ଭିଜି ଯାଇଛନ୍ତି l

ତାଙ୍କୁ ତୁରନ୍ତ କାମାକ୍ଷା ନଗର ଉପଖଣ୍ଡ ଡାକ୍ତରଖାନରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାମାକ୍ଷା ନଗର ଥାନା ଅଧିକାରୀ ଶରତ ମହାଳିକ ପରିସ୍ଥିତି ଅନୁଧ୍ୟାନ କରୁଥିବାର ଜଣାଯାଇଛି l ଏ ନେଇ ଗୁଳି ମାଡ କରିଥିବା ଦୁର୍ବତ୍ତଙ୍କୁ ଖୁବ ଶୀଘ୍ର ଆରେଷ୍ଟ କରାଯିବ ବୋଲି ସୂଚନା ଦେଇଥିଲେ l


ସେୟାର କରନ୍ତୁ