ରିଲିଜ୍ ହେଲା ବରୁଣ ଧାୱନ-କ୍ରିତି ସାନନଙ୍କ (Bhediya)ର ଟ୍ରେଲର, ରୋମାଞ୍ଚ ସୃଷ୍ଟି କରିବାରେ ହେଲା ସଫଳ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭେଡିୟା’ର ଟ୍ରେଲର ରିଲିଜ ହୋଇଛି । ‘ସ୍ତ୍ରୀ’ ଏବଂ ‘ବାଲା’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଅମର କୌଶିକ ଫିଲ୍ମର ପୋଷ୍ଟର ସହିତ ଜବରଦସ୍ତ ସସପେନ୍ସ ସୃଷ୍ଟି କରିଥିଲେ, ଯାହା ଟ୍ରେଲର ଦେଖିବା ପରେ ବୃଦ୍ଧି ପାଇଛି । ଫିଲ୍ମରେ VFX ବହୁତ ବ୍ୟବହାର କରାଯାଇଛି, ଯାହା ଝଲକ ଟ୍ରେଲରରେ ଦୃଶ୍ୟମାନ ହେଉଅଛି । ଏହି ଚଳଚ୍ଚିତ୍ରରେ କେବଳ ବରୁଣ ନୁହଁନ୍ତି, କ୍ରିତୀଙ୍କ ଅନ୍ଦାଜ ମଧ୍ୟ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ତାଙ୍କର ସମସ୍ତ ଚଳଚ୍ଚିତ୍ରଠାରୁ ଭିନ୍ନ ଅଟେ ।

‘ଭେଡିୟା’ର ଟ୍ରେଲରର ଆରମ୍ଭରେ ଦେଖାଯାଏ ଯେ, ଏକ ‘ଭେଡିୟା’ର ଆତ୍ମା ​​ବରୁଣ ଧାୱନ ଭିତରକୁ ଆସେ । ରାତିର ଅନ୍ଧାରରେ ଜଙ୍ଗଲ ମଧ୍ୟରେ ବରୁଣଙ୍କ ଆଖି ଏବଂ ନିଆଁ ଭିତରେ ‘ଭେଡିୟା’ର ଝଲକ ଦେଖାଯାଏ । ଏହି ଚଳଚ୍ଚିତ୍ରର ଟ୍ରେଲରରେ VFX କୁ ଭଲ ବ୍ୟବହାର କରି ସସପେନ୍ସ ଏବଂ ଥ୍ରୀଲର ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି । ଏହି ଟ୍ରେଲରରେ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ଦେଖାଦେଇଛି ।

ଗତ କିଛି ଦିନ ହେବ ବରୁଣ ଧାୱନ ତାଙ୍କ ଫିଲ୍ମ ‘ଭେଡିୟା’ ପାଇଁ ଚର୍ଚାରେ ଅଛନ୍ତି । ଦୀନେଶ ବୀଜାନଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବରୁଣଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । କ୍ରିତି ତାଙ୍କ ସହିତ ପୁଣି ଥରେ ନଜର ଆସିବେ । ଏହାପୂର୍ବରୁ ଉଭୟ ଫିଲ୍ମ ‘ଦିଲୱାଲେ’ରେ ଏକାଠି ନଜର ଆସିଥିଲେ । ନଭେମ୍ବର 25 ରେ, ‘ଭେଡିୟା’ ଉଭୟ 2D ଏବଂ 3D ରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ