ଆସନ୍ତା କାଲି ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଓଡ଼ିଶାରେ ବାତ୍ୟାର ପ୍ରଭାବକୁ ନେଇ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିଛନ୍ତି, ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ବର୍ଷାର ମଧ୍ୟ ବିଶେଷ ପ୍ରଭାବ ନାହିଁ । 24ରେ ସାମାନ୍ୟ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି । ଗତକାଲିର ଅବପାତ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ପୂର୍ବ 6 ଘଣ୍ଟା ଭିତରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 20 କିମି ବେଗରେ ବାତ୍ୟା ଗତି କରୁଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଆଖପାଖ ଅଞ୍ଚଳରେ ଏହା ସକ୍ରିୟ ଅଛି । ଆଗାମୀ 12 ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ ଓ ବାତ୍ୟାର ରୂପ ନେବାର ସମ୍ଭାବନା ରହୁଛି । ଆଗାମୀ 12 ଘଣ୍ଟା ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ରହିବା ନେଇ ଅନୁମାନ କରାଯାଉଛି।ବାତ୍ୟାରେ ପରିଣତ ହେବା ପରେ ଗତିର ଦିଗ ପରିବର୍ତ୍ତନ ହେବ।ଉତ୍ତର ପୂର୍ବ ଦିଗରେ 25 ସକାଳ ପର୍ଯ୍ୟନ୍ତ ଗତି କରିବ ।

ସେହିପରି ପାଣିପାଗ ବିଶେଷଜ୍ଞ ଆହୁରି କହିଛନ୍ତି, ବର୍ତ୍ତମାନ ଓଡ଼ିଶା ପାଖରୁ ପାଖାପାଖି 500 କିମି ଦୂରରେ ଅଛି । ଗତିପଥ ପରିବର୍ତ୍ତନ କଲା ପରେ ଓଡ଼ିଶା ଉପକୂଳରୁ 200ରୁ 250କିମି ଦୂରରେ ରହିବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ବିଶେଷ ପ୍ରଭାବ ପକାଇବ । ଆଜି ଦିନତମାମ ଉପକୂଳ ଓଡ଼ିଶାରେ ଆକାଶ ମେଘୁଆ ରହିବ । ଆସନ୍ତାକାଲି ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ଵର, କଟକ, ଯାଜପୁର, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 25 ତାରିଖ ପରଠାରୁ ବର୍ଷାର ପ୍ରଭାବ କମିବ । ଆଜିଠାରୁ ଉପକୂଳ ଓଡ଼ିଶାରେ ପବନର ଘଣ୍ଟା ପ୍ରତି ବେଗ 35ରୁ 45 କିମି ରହିବ । ସର୍ବାଧିକ 55 କିମି ଯାଏଁ ପବନର ବେଗ ଯିବ । ଆସନ୍ତାକାଲି ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ 65 କିମି ରହିବା ସମ୍ଭାବନା ଅଛି । ଏହି କାରଣରୁ 25 ତାରିଖ ଯାଏଁ ମସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସବୁ ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି ।


ସେୟାର କରନ୍ତୁ