ଭାବପ୍ରବଣ ମଲ୍ଲିକାର୍ଜୁନ ଖଡ଼ଗେ କହିଲେ – ମଜଦୂରର ପୁଅ ହେଲା କଂଗ୍ରେସ ସଭାପତି, ଭାଙ୍ଗିବି ଘୃଣାର ଜାଲ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନ କଂଗ୍ରେସରେ ଖଡ଼ଗେଙ୍କ ଯୁଗ ଆରମ୍ଭ ହୋଇସାରିଛି । ଏହି ବିଜୟ ପରେ ମଲ୍ଲିକାର୍ଜୁନ ଖଡ଼ଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଦଳର ସମସ୍ତ ବଡ ନେତାଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିଥିଲେ । ସଭାପତି ପଦ ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନ୍ ଖଡ଼ଗେ ପ୍ରଥମ ଥର ପାଇଁ କଂଗ୍ରେସ ସଭାପତି ଭାବରେ ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ଯେଉଁଥିରେ ସେ ଏହି ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ତାଙ୍କ ଦଳକୁ ଧନ୍ୟବାଦ ଜଣାଇବା ସହ ସୋନିଆ ଗାନ୍ଧୀଙ୍କ ବ୍ଲୁ ପ୍ରିଣ୍ଟକୁ ଆଗକୁ ନେବା ପାଇଁ କାର୍ଯ୍ୟ କରାଯିବ ବୋଲି କହିଥିଲେ ।

ସଭାପତି ଭାବରେ ନିଜର ପ୍ରଥମ ସମ୍ବୋଧନରେ ଖଡ଼ଗେ କହିଛନ୍ତି ଯେ “ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ଜଣେ ସାଧାରଣ କାର୍ଯ୍ୟକର୍ତା, ମଜଦୂରର ପୁଅକୁ କଂଗ୍ରେସ ସଭାପତି ଭାବରେ ମନୋନୀତ କରି ସମ୍ମାନ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ…ବ୍ଲକ ଅଧ୍ୟକ୍ଷରୁ ଆରମ୍ଭ ହୋଇଥିବା ଯାତ୍ରାକୁ ଆପଣମାନେ ଏହି ପର୍ଯ୍ୟନ୍ତ ପହଂଚାଇଛନ୍ତି । ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।

ଖଡ଼ଗେ ନିଜ ସମ୍ବୋଧନରେ ଆଗକୁ କହିଲେ କି, କ୍ଷମତା ରାଜନୀତି ଯୁଗରେ ସୋନିଆ ଗାନ୍ଧୀ ଯେଉଁ ତ୍ୟାଗର ବଳିଦାନ ଦେଇଛନ୍ତି ତାହାର ଅନ୍ୟ କୌଣସି ଉଦାହରଣ ନାହିଁ । ଖଡ଼ଗେ ୟୁପିଏ ସରକାରକୁ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂଙ୍କ ନେତୃତ୍ୱର ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଅବଧି କଷ୍ଟସାଧ୍ୟ ଅଟେ । ଗଣତନ୍ତ୍ରକୁ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରାଯାଉଛି । କିଏ ଭାବିଥିଲା କି ଯେ ମିଥ୍ୟାର ବୋଲବାଲା ହେବ । କ୍ଷମତାରେ ଥିବା ଲୋକମାନେ ଗଣତନ୍ତ୍ରକୁ ଦୁର୍ବଳ କରିବେ । ମିଥ୍ୟା, ପ୍ରତାରଣା ଏବଂ ଘୃଣାର ଏହି ଜାଲକୁ ଆମେ ଭାଙ୍ଗିବା । କଂଗ୍ରେସ 137 ବର୍ଷ ଧରି ଲୋକଙ୍କ ଜୀବନର ଏକ ଅଂଶ ହୋଇଆସୁଛି ।


ସେୟାର କରନ୍ତୁ