ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରଜଙ୍ଗ ମିନିଷ୍ଟାଡିୟମ ଠାରେ ଏକ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ଦିନ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଚାରି ଗୋଟି ବ୍ଲକ କଙ୍କଡ଼ାହାଡ଼, ଭୁବନ, କାମାକ୍ଷାନଗର ଓ ପରଜଙ୍ଗ ବ୍ଲକକୁ ମିଳିତ ଭାବରେ ସାମିଲ କରାଯାଇଥିଲା l

ଏଥିରେ ଭିନ୍ନ ଭିନ୍ନ ଭାବରେ କୋଡ଼ିଏରୁ ଅଧିକ କମ୍ପାନୀ ଉପସ୍ଥିତ ଥିଲେ l ତାମଧ୍ୟରୁ ଦୁଇ ଟି କମ୍ପାନୀ ଓଡ଼ିଶା ବାହାରୁ ଆସିଥିଲା ଓ ଆଠଟି ପିଆଇଏ ମଧ୍ୟ ଆସିଥିଲା । ପ୍ରତି ପଞ୍ଚାୟତ ସ୍ଥରର ଯୁବକ ଯୁବତୀ ପିଲାମାନେ ଆସି ନିଜର ଦକ୍ଷତା ଅନୁସାରେ କିପରି କମ୍ପାନୀ ଗୁଡ଼ିକରେ ନିଯୁକ୍ତି ପାଇପାରିବେ ଏହାର ସମସ୍ତ ବ୍ୟବସ୍ଥା କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଉପଜିଲ୍ଲାପାଳ ଜ୍ୟୋତିଷଙ୍କର ସାହୁ, ଜିଲ୍ଲାପରିଷଦ ଉପାଧକ୍ଷା ବିଳାସିନୀ ସେଠି, ଜିଲ୍ଲା ପରିଷଦ ନିରାକାର ପ୍ରଧାନ, ପରଜଙ୍ଗ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରାଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l
