ଶୁଷ୍କ ତ୍ଵଚାରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତଦିନେ ଶୁଷ୍କ ତ୍ଵଚା ଆପଣଙ୍କ ସୌନ୍ଦର୍ଯ୍ୟ କମ କରିଥାଏ । ତେଣୁ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏକ ସରଳ ଉପାୟ ଆପଣେଇ ପାରିବେ । ଏହି ଉପାୟ ଆପଣଙ୍କୁ ତ୍ୱଚାର ଶୁଷ୍କତା ଦୂର କରିବା ସହ ଆପଣଙ୍କ ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ଏକ ଫେସପ୍ୟାକ ପ୍ରସ୍ତୁତ କରିବାକୁ ପଡିବ ।
ଫେସପ୍ୟାକ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ :
କଦଳୀ, ଅମୃତଭଣ୍ଡା, ତରଭୁଜ ଓ ଗାଜର, ଗୋଲାପ ଜଳ, ଗ୍ଲିସେରିନ ଓ ଅଧା ଚାମଚ ମଲାଈ
ଫେସପ୍ୟାକ ପ୍ରସ୍ତୁତି ପ୍ରଣାଳୀ :
ପାଚିଲା କଦଳୀ, ପାଚିଲା ଅମୃତଭଣ୍ଡା, ଅଳ୍ପ ତରଭୁଜ ରସ ଓ ଗାଜର ବାଟିଦିଅନ୍ତୁ । ଏବେ ଏଥିରେ ଅଳ୍ପ ଗୋଲାପ ଜଳ, ଗ୍ଲିସେରିନ ଓ ମଲାଈ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
ବ୍ୟବହାର ପ୍ରଣାଳୀ:
ଆପଣ ପ୍ରସ୍ତୁତ କରିଥିବା ମିଶ୍ରଣକୁ ମୁଁହ ଲଗାଇ କିଛି ସମୟ ଛାଡ଼ିଦିଅନ୍ତୁ । ମୁଁହ ଶୁଖି ଯିବ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।


ସେୟାର କରନ୍ତୁ