ହାତୀ ମାତିଲେ, ଘର ଭାଙ୍ଗିଲେ

ରାଜ୍ୟ
ସେୟାର କରନ୍ତୁ

କେନ୍ଦୁଝର: ଏକ 24ଟିକିଆ ହାତୀ ପଲ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଆସି ଉତ୍‌ପାତ ମଚାଇଥିବା ଦେଖିବାକୁ ମିଳିଅଛି । ହାତୀ ପଲ ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ଏହି ହାତୀପଲଙ୍କ ଉପଦ୍ରବରେ ଲୋକ ଭୟଭୀତ ହେବା ସହ ଏବେ ଚିନ୍ତାରେ ରହିଛନ୍ତି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ 24 ହାତୀଙ୍କ ଦଳ ମଲ୍ଲିପଶି ବିଟ୍ ଅଞ୍ଚଳରେ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିଲେ । ଏହାପରେ ଗାଁ ମୁହାଁ ହୋଇ ଲୋକଙ୍କ ଘର ଭାଙ୍ଗିଥିଲେ । କାଶିଆ ଗାଁ ମୁଣ୍ଡା ସାହିରେ ଗୋଟିଏ ଏବଂ ରତନପୁର ଗାଁରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି ହାତୀ । ଏବେ ହାତୀପଲ ନୂଆପଡ଼ା ଗାଁ ନିକଟରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ବୁଲୁଥିବା ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏ ଅଞ୍ଚଳରୁ ଖୁବ ଶୀଘ୍ର ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


ସେୟାର କରନ୍ତୁ