ପଦ୍ମପୁର ଉପନିର୍ବାଚନକୁ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ପଦ୍ମପୁର ଉପ-ନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ । ଏହି ବୈଠକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ । ମୁକ୍ତ, ଅବାଧ ଓ ନିରପକ୍ଷ ନିର୍ବାଚନ ନେଇ ବୈଠକରେ ହେବ ଆଲୋଚନା ।

ସୂଚନାଯୋଗ୍ୟ ଯେ, ଡିସେମ୍ବର 5ରେ ହେବାକୁ ଥିବା ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ପାର୍ଟି ଆରମ୍ଭ କରିଦେଲେଣି କସରତ । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରିଅଛି । କେବଳ ବିଜେଡି ଦଳ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।

ସେହିପରି ସୋମବାର ଦିନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ପଦ୍ମପୁରରେ ମଧ୍ୟ ସେହି ଧାରାକୁ ବଜାୟ ରଖିବ ବୋଲି ବେଶ୍‌ ଆଶାବାଦୀ ରହିଛି ।


ସେୟାର କରନ୍ତୁ