କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ସହିତ ସାମିଲ ହେଲେ ଅଭିନେତ୍ରୀ ରିୟା ସେନ୍, ରାହୁଲ ଗାନ୍ଧୀଙ୍କ ସହ ପାଦରେ ପାଦ ମିଶାଇ ଚାଲିବାର ଆସିଲା ନଜର

ଦେଶବିଦେଶ ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦଳ ତଥା ସଂଗଠନକୁ ମଜବୁତ କରିବାକୁ ଆରମ୍ଭ କରିଥିବା କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ରେ ବଲିଉଡର ସମର୍ଥନ ମିଳୁଅଛି । ପୂଜା ଭଟ୍ଟଙ୍କ ପରେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀ ଏହି ଅଭିଯାନରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସହ ପର୍ଯ୍ୟାୟ କ୍ରମେ ପାଦରେ ପାଦ ମିଶାଇ ଚାଲୁଥିବା ଦେଖିବାକୁ ମିଳିଛି । ବଲିଉଡ ଏବଂ ବଙ୍ଗଳା ଚଳଚ୍ଚିତ୍ରର ଅଭିନେତ୍ରୀ ରିୟା ସେନ୍ ରାସ୍ତାରେ ବାହାରି ‘ଭାରତ ଯୋଡ ଯାତ୍ରା’ କୁ ସମର୍ଥନ କରିଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିଲେ ।

ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ (INC) ନିଜ ଟ୍ୱିଟର ପୃଷ୍ଠାରେ ‘ଭାରତ ଯୋଡୋ ଯାତ୍ରା’ ସମୟରେ ଅଭିନେତ୍ରୀ ରିୟା ସେନ୍ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ସେୟାର କରିଅଛି । ଚିତ୍ରଗୁଡ଼ିକରେ, ରିୟା ଏକ ଲାଲ୍ ଟପ୍ ଏବଂ କଳା ପ୍ୟାଣ୍ଟ ସହ ଆଖିରେ କଳା ଚଷମା ପିନ୍ଧିଥିବାର ନଜର ଆସିଛନ୍ତି | କଂଗ୍ରେସର ଏହି ଅଭିଯାନର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଅଛନ୍ତି । ଚାଲିବା ସମୟରେ ସୋସିଆଲ ମିଡିଆରେ ଉଭୟଙ୍କ ଚିତ୍ର ଏବଂ ଭିଡିଓ ଜମକର ଭାଇରାଲ ହେବାରେ ଲାଗିଛି । ଚିତ୍ରଗୁଡ଼ିକୁ ଟ୍ୱିଟ୍ କରି ଏହାର କ୍ୟାପସନରେ ଲେଖା ଅଛି, ‘ଅଭିନେତ୍ରୀ ରିୟା ସେନ୍ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଥିଲେ । ବର୍ତ୍ତମାନ ରାସ୍ତାଗୁଡ଼ିକ ବିପ୍ଳବର ସାକ୍ଷୀ ରହିଛି । କହିବାକି, ରିୟା ସେନ୍ ପ୍ରସିଦ୍ଧ ଅଭିନେତ୍ରୀ ମୁନମୁନ ସେନଙ୍କ ଝିଅ ଅଟନ୍ତି ଏବଂ ସେ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଧିକ ସକ୍ରିୟ ଅଛନ୍ତି ।

କହିବାକି ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ମଧ୍ୟ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସର ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ 7 ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା । ରାହୁଲ ଗାନ୍ଧୀ ଗତ ସପ୍ତାହରେ ମହାରାଷ୍ଟ୍ରରେ ଏହି ଯାତ୍ରା ଆରମ୍ଭ କରିଥିଲେ । ଏହାପୂର୍ବରୁ ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଦେଇଆସିଛି ।


ସେୟାର କରନ୍ତୁ