ତାପସୀ ପନ୍ନୁଙ୍କ ଫିଲ୍ମ ‘ବ୍ଲର୍‌’ରେ ହେବ ଏମିତି, ଯାହା ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ତାପସୀ ପନ୍ନୁ ଖୁବ୍ ଶୀଘ୍ର ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଅଭିନେତ୍ରୀ ମର୍ଡର ମିଷ୍ଟ୍ରି ଫିଲ୍ମ ‘ବ୍ଲର୍‌’ର ପ୍ରଥମ ଟିଜର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ବେହେଲ । ଯେଉଁଥିରେ ଗୁଲଶାନ ଦେବୟା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଗାୟତ୍ରୀ ଭୂମିକାରେ ଥିବା ତାପସିଙ୍କ ଠାରୁ ଟିଜର ଆରମ୍ଭ ହୁଏ, ସେ ଜଣକୁ ଡାକୁଛନ୍ତି ଏବଂ ତାଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି । କାରଣ ଘର ସାରା କ୍ୟାମେରା ଘୂରୁଥିବା ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ ଡାକର କେହି ଉତ୍ତର ଦେଉନାହାନ୍ତି । ଏକ ଚିତ୍କାର ସହିତ ଭିଡିଓଟି ଶେଷ ହୋଇଛି ।

ଫିଲ୍ମର ପ୍ରୋମୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି ତାପସୀ କ୍ୟାପ୍‌ସନ ଲେଖିଛନ୍ତି ‘ବିପଦର ଆଶଙ୍କା ଚତୁପାଶ୍ୱର୍ରେ ରହିଛି, କିନ୍ତୁ ଗାୟତ୍ରୀ କ’ଣ ଏହାକୁ ଆସୁଥିବା ଦେଖିବ? ତା’ ଆଖିରେ ତା’ର ଦୁନିଆକୁ ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।’ ଭିଡିଓ ଏକ ଚିତ୍କାର ସହିତ ଶେଷ ହୋଇଛି । ଏହି ଫିଲ୍ମର ଟିଜରକୁ ପ୍ରଶଂସକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କିନ୍ତୁ ଫିଲ୍ମଟି କେତେ ମିଳିବ ତାହା ରିଲିଜ୍ ପରେ ହିଁ ଜଣା ପଡିବ ।

ଗାୟତ୍ରୀ(ତାପସୀ)ର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ନିଜ ଯମଜ ଭଉଣୀର ମୃତ୍ୟୁର ଯାଞ୍ଚ୍‌ ପାଇଁ ଚେଷ୍ଟା କରୁଥିବାବେଳେ ସେ ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଉଛି । ଫିଲ୍ମର ଅଧିକାଂଶ ସୁଟିଂ ନୈନିତାଲରେ ହୋଇଛି ।

ତାପସୀ ଏହି ଭିଡିଓ ଟିଜର ସେୟାର କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଆନନ୍ଦରେ ଅଛନ୍ତି, ଯାହା ତାଙ୍କ ମନ୍ତବ୍ୟ ବାକ୍ସରେ ସ୍ପଷ୍ଟ ଦେଖାଯାଏ । ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଡିସେମ୍ବର 9 ରେ OTT ପ୍ଲାଟଫର୍ମରେ ପ୍ରିମିୟର ହେବ । ଯେଉଁଥିପାଇଁ ଦର୍ଶକ ଖୋଲା ହୃଦୟରେ ଅପେକ୍ଷା କରିଛନ୍ତି ।

ରାଜକୁମାର ହିରାନିଙ୍କ ସାମାଜିକ ଡ୍ରାମା-କମେଡି ‘ଡଙ୍କି’ରେ ତାପସୀ ନଜର ଆସିବେ । ଏଥିରେ ପ୍ରଥମ ଥର ସେ ଶାହ୍‌ରୁଖ ଖାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । 2023 ମସିହା, ଡିସେମ୍ବର 22 ତାରିଖରେ ‘ଡଙ୍କି’ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ