ବ୍ରାହ୍ମଣମୁଣ୍ଡା ଅଞ୍ଚଳରେ ଦନ୍ତା ହାତୀର ମୃତ ଦେହ ଠାବ, ବନବିଭାଗ ଆସି ତଦନ୍ତ ଜାରି ରଖିଛି

ରାଜ୍ୟ
ସେୟାର କରନ୍ତୁ

ଆଠମଲ୍ଲିକ : ଅନଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ପରା ଗାଁର ବ୍ରାହ୍ମଣମୁଣ୍ଡା ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି । ହାତୀଟିର ବୟସ ପ୍ରାୟ 25ରୁ 30 ବର୍ଷ ହେବ ବୋଲି ଅନୁମାନ କରାଯାଉଅଛି । ଘଟଣାର ତଦନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କରୁଅଛି ।

ସୂଚନା ମୁତାବକ, ଜରପଡା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢ଼ କିଲୋମଟର ଦୂରରେ ପରା ଗାଁର ବ୍ରାହ୍ମଣମୁଣ୍ଡା ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ ଦେହ ପଡିଥିବା ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଆସି ତଦନ୍ତ ଜାରି ରଖିଛି । ତେବେ ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ । ହାତୀ ମୃତ୍ୟୁ ଖବର ପ୍ରଘଟ ହେବା ପରେ ଏ ଅଞ୍ଚଳରେ ହାତୀ ପାଖରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଅଛି ।


ସେୟାର କରନ୍ତୁ