ବଡଝରା ନୂଆ ସାହି ନିକଟରେ ଦୁଇ ଟ୍ରକ ମଧ୍ୟରେ ସମ୍ନାସାମ୍ନି ଧକା, ଦୁଇ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା 53 ନଂ ଜାତୀୟ ରାଜପଥ ଅନ୍ତର୍ଗତ ବଡଝରା ନୂଆ ସାହି ନିକଟରେ ମଙ୍ଗଳବାର ରାତି ଦୁଇ ଟ୍ରକ ମଧ୍ୟରେ ସମ୍ନାସାମ୍ନି ଧକା ହୋଇଥିବା ଜଣାପଡିଛି । ଗାଡି ନଂ OD-19F-0985 ପରଜଙ୍ଗ ପାଖରୁ ଆସୁଥିବା ବେଳେ ଗାଡି ନଂ OD-34N-7122 କାମାକ୍ଷାନଗର ପାଖରୁ ଆସୁଥିଲା ବେଳେ ମୁଁହାମୁହିଁ ଧକା ହୋଇଛନ୍ତି । ଯାହା ଫଳରେ ଦୁଇ ଡ୍ରାଇଭର ଗୁରୁତର ଭାବରେ ଆହତ ହୋଇଥିବା କୁହାଯାଉଛି । ଗାଡ଼ିର ଚାଳକ ମଧ୍ୟରେ ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଜୟ ସାହୁଙ୍କ ପୁଅ ତପୁନ ସାହୁ, ଅନ୍ୟ ଚାଳକ ହେଲେ ଧାମନଗର ଅଞ୍ଚଳର ଏସକେ ଛାଟୁଆ ନାମ ବୋଲି ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ଆହତଙ୍କୁ 108 ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ପରଜଙ୍ଗ ମେଡିକାଲକୁ ନିଆଯାଇଛି । ପରେ ଉଭୟଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ସେୟାର କରନ୍ତୁ