ଭିଜିଲାନ୍ସ ଜାଲରେ RWSS ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡିହଡୋଳ ଗ୍ରାମରେ ଭୁବନେଶ୍ୱର (RWS&S) ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିହଡୋଳ ସ୍ଥିତ ବାସଭବନ, ପଙ୍ଗାତିରା ସ୍ଥିତ ଶ୍ବଶୁର ଘର ଏବଂ ଭୁବନେଶ୍ୱର, ଅନଗୁଳ ସମେତ 8ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଏହି ରେଡ଼ରେ 5 DSP, 14 ଇନ୍ସପେକ୍ଟର ଏବଂ 28 ଅଦର ଷ୍ଟାଫ ସାମିଲ ଥିବା ସୂଚନା । ତେବେ ଖବର ଲେଖିବା ପର୍ଯ୍ୟନ୍ତ କୌଣସି ସମ୍ପତି ଜବତ ହୋଇଥିବାର ସୂଚନା ମିଳିପାରିନାହିଁ ।


ସେୟାର କରନ୍ତୁ