ଢେଙ୍କାନାଳ : ରବିବାର ଅନୁଗୁଳୁ-ସୁକିନ୍ଦା ନୂଆ ରେଳପଥରେ ପରୀକ୍ଷା ମୂଳକ ଭାବରେ ଗଡିଛି ରେଳ ଇଞ୍ଜିନ୍ । ଏହା ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଷ୍ଟେସନରୁ ଯାଜପୁର ଜିଲ୍ଲା ବାଘୁଆ ପାଳ ପର୍ଯ୍ୟନ୍ତ ଏକ ରେଳ ଇଞ୍ଜିନ୍ ପରୀକ୍ଷା ମୂଳକ ଭାବରେ ଗଡାଇବାର ଶୁମ୍ଭାରମ୍ଭ କରାଯାଇଛି ।

ଏହି ନୂଆ ଲାଇନରେ ରେଳ ଇଞ୍ଜିନ ବୁଢ଼ାପଙ୍କ ଷ୍ଟେସନରୁ ବାହାରି ବାଘୁଆ ପାଳ ପର୍ଯ୍ୟନ୍ତ (92 କି.ମି ରାସ୍ତା)କୁ ଯାତ୍ରା କରିଥିଲା । ଏହି ନୂଆ ଲାଇନରେ ଆସନ୍ତା କିଛି ମାସ ଭିତରେ ବିଦ୍ୟୁତ୍ ସଂଯୋଗ ହେଲା ପରେ ଟ୍ରେନ୍ ଚଳାଚଳ ହୋଇପାରେ ବୋଲି କୁହାଯାଉଛି ।
