ସତେ ଯେମିତି ଅନ୍ଧାର ଅନ୍ଧାରରେ ଜୀନାର ଭାଗ୍ୟ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ସତରେ ବନ୍ଧୁ ବଡ଼ ବିଚିତ୍ର ଏ ଦୁନିଆ । ସମସ୍ତଙ୍କର ଭାଗ୍ୟ ଏଠି ସମାନ ନଥାଏ । ଏଠି କାହାପାଇଁ ହସଖୁସି ତ ଆଉ କାହାପାଇଁ ଜୀବନ ପାଲଟି ଥାଏ ଦୁଃଖ । ହଁ ଆଜ୍ଞା ଆଜି ଯାହାଙ୍କ ବିଷୟରେ କହିବାକୁ ଯାଉଅଛୁ ସେ ଜଣେ ଦୃଷ୍ଟି ଶକ୍ତି ହରାଇଥିବା ଝିଅ ଜୀନା ।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବସୁଲେଇ ପଞ୍ଚାୟତ ହରିଜନ ସାହିର ଅରୁଣ ନାଏକଙ୍କ ଝିଅ ଜୀନା ନାଏକ (13) ଯେକି ଜନ୍ମରୁ ଦୃଷ୍ଟି ହୀନ । ଜୀନା ଯିବା ଆସିବା ପାଇଁ ଜଣଙ୍କର ଆଶ୍ରା ନିଅନ୍ତି । ସାନ ଝିଅ ଜୀନା ଷଷ୍ଠ ଶ୍ରେଣୀରେ ପଢନ୍ତି, ତା ପାଇଁ ଆଶାବାଡି ହେଉଛନ୍ତି ମା ଦୁଃଖି ନାଏକ, ସବୁଦିନ ସ୍କୁଲ କୁ ଛାଡି ନିଅନ୍ତି ଆଉ ସ୍କୁଲରୁ ପୁଣି ଘରକୁ ଅଣନ୍ତି l ଯାହାକି ପ୍ରତେକ ଦିନ ନେବା ଆଣିବାରେ ସମ୍ଭବପର ହୋଇନଥାଏ । କହିବାକୁ ଗଲେ ଅରୁଣ ନାଏକଙ୍କ 3 ଝିଅ ଗୋଟିଏ ପୁଅ ଏବଂ ସ୍ତ୍ରୀକୁ ନେଇ ତାଙ୍କର ଛଅ ପରାଣି କୁଟୁମ୍ବ । ଅରୁଣ ଜଣେ ଦିନ ମଜୁରିଆ । ମଜୁରୀ କରି ସେ କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି । ସରକାରଙ୍କ ସହାୟତା କହିଲେ ତାଙ୍କ ପରିବାର ପାଇଁ କେବେଳ ଚାଉଳର ବ୍ୟବସ୍ଥା ରହିଛି । ଯେଉଁ ଚାଉଳର ବ୍ୟବସ୍ଥା ଭିତରେ ଭିର୍ଣ୍ଣକ୍ଷମ ଝିଅ ଜିନା ଏବେ ଚାଉଳ ପାଉନାହିଁ ।

ବାସ୍ତବରେ କହିବାକୁ ଗଲେ ଅଭିଯୋଗ ମୁତାବକ, ଝିଅ ଜୀନା ଭିର୍ନକ୍ଷମ ହୋଇଥିଲେ ମଧ୍ୟ ଏଯାଏ ସରକାରଙ୍କ ସୁବିଧାରୁ ବଞ୍ଚିତ ରହିଅଛି । ନାଁ ତା ପାଇଁ ଏକ ଭତ୍ତାର ବ୍ୟବସ୍ଥା ହୋଇଅଛି, ନାଁ ସେ ଚାଉଳ ଗଣ୍ଡିଏ ପାଉଅଛି, ନାଁ ତାପାଇଁ ଅବାସର ବ୍ୟବସ୍ଥା ହୋଇଅଛି । ଜୀନା କହିବା ଅନୁଯାୟୀ, ବାପା ଦିନ ମଜୁରିଆ ହୋଇଥିବାରୁ ଆମ ପରିବାର ଚଳିବା କଷ୍ଟକର ହେଉଅଛି । ମୁଁ ବି ଭିର୍ନକ୍ଷମ । ମୋ ପାଇଁ ସରକାରଙ୍କ ଯୋଜନା ମୁତାବକ କିଛି ବ୍ୟବସ୍ଥା ହେଉ । ବିଶେଷ କରି ଭତ୍ତା ଆଉ ଚାଉଳ ଗଣ୍ଡିଏ, ଆଉ ଆବାସ ଗୋଟିଏ ତ ମିଳୁ । ଏତିକି ମୁଁ ଚାଁହୁଛି ସରକାରଙ୍କ ପାଖରୁ ।

ସେହିପରି ଜିନାର ମା କହିବା ଅନୁଯାୟୀ, ଆମେ ତ ଗରିବ ଖଟି ଖିଆ ଦିନ ମଜୁରିଆ । ସରକାରଙ୍କ ଭିର୍ଣ୍ଣକ୍ଷମ ମାନଙ୍କ ପାଇଁ କେତେ କଣ ଯୋଜନା କରୁଛନ୍ତି, ହେଲେ ଆମେ କିଛି ସୁବିଧା ପାଇ ପାରୁନାହୁଁ । ନା ହୋଇ ପାରୁଛି ଜୀନାର ରାସନ କାର୍ଡରେ ଚାଉଳ ନା ମିଳି ପାରୁଛି ଭିର୍ଣ୍ଣକ୍ଷମ ଭତ୍ତା ନା ମିଳି ପାରୁଛି ଆବାସ ଯୋଜନାରେ ଘର ଟିଏ l ଆମକୁ ଟିକେ ସରକାର ସାହାଯ୍ୟ କରନ୍ତୁ । ଝିଅ ଜୀନାର ପାଠ ପଢା କଥା ଚିନ୍ତା କରନ୍ତୁ, ଏଭଳି ଭାବରେ ଜୀନାର ମା ପ୍ରଶାସନପାଖରେ ଅଳି କରିଛନ୍ତି l ତେବେ ଖାଲି ଦେଖିବାକୁ ବାକି ରହିଲା କେବେ ପ୍ରଶାସନ କେବେ ଜୀନାକ କଥା ଶୁଣୁଛି l

ବସୁଲେଇ ସରପଞ୍ଚ ଅଶାନ୍ତି ରାଉତଙ୍କ କହିବା ଅନୁଯାୟୀ, ଜୀନାର ଯାହା ଅସୁବିଧା ସେ ସମ୍ପର୍କରେ ସରକାରଙ୍କ ଗାଇଡ଼ ଲାଇନ ମୁତାବକ ପ୍ରଶାସନକୁ ଜଣାଇବା ସହ ଯାହା ମୋ ଦ୍ୱାରା ସମ୍ଭବ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି l ତେବେ ଖାଲି ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଜୀନାକ କଥା ଶୁଣୁଛି l


ସେୟାର କରନ୍ତୁ