ଢେଙ୍କାନାଳ : ସାରା ରାଜ୍ୟରେ ଡ୍ରାଇଭର ମହାସଂଘ 10 ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି l ଏପରିସ୍ଥଳେ ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ସମ୍ବଲପୁରକୁ ଯୋଗାଯୋଗ କରୁଥିବା 55 ନଂ ଜାତୀୟ ରାଜପଥ ଯାତାୟାତ ପ୍ରଭାବିତ ହୋଇଥିଲାବେଳେ 53 ନଂ ଜାତୀୟ ରାଜପଥ ମଧ୍ୟ ପ୍ରଭାବିତ ହୋଇଛି l

ତେବେ ଏହି ଦୁଇ ଜାତୀୟ ରାଜପଥରେ କେବଳ ଜରୁରୀ କାଳିନ ସେବାକୁ ଛାଡି ଦେଲେ ଆଉ ସବୁ ଠପ ହୋଇଯାଇଛି l ଜିଲ୍ଲାର ଅନେକ ଜାଗାରେ ଶହଶହ ସଂଖ୍ୟାରେ ଡ୍ରାଇଭରମାନେ ଶାନ୍ତିପୁର୍ଣ ଭାବରେ ବିଭିର୍ନ ନାରାବାଜି ସହ ରାଜରାସ୍ତାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l ସେହିପରି କହିବାକୁ ଗଲେ ଆନ୍ଦୋଳନ ପାଇଁ ପିଲାଙ୍କ ପରୀକ୍ଷା ହେଉ ଅବା ଆମ୍ବୁଲାନ୍ସ ସେବା ବା ଡାକ୍ତରୀ ସେବା ଉପରେ କୌଣସି କୁପ୍ରଭାବ ପଡିଥିବା ଦେଖିବାକୁ ମିଳିନଥିଲା l
