ଓଡିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି । ମଠ ହେଉ, ମନ୍ଦିର ହେଉ ଅବା ଘରେ ସବୁଠାରେ ପଣା ପୂଜାର ବିଧି ରହିଛି । ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ । ଆଜି ବିଭିନ୍ନ ପୀଠଗୁଡିକରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ଝାମୁ ଯାତ୍ରା ।

ତେବେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନୂଆବର୍ଷ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ ।


ସେୟାର କରନ୍ତୁ