ଶ୍ରୀ ସତ୍ୟସାଇ ସେବା ସଂଗଠନ, ବଡଝରା ପକ୍ଷରୁ ରକ୍ତ ଦାନ ଶିବିର (ଅମୃତ ବିନ୍ଦୁ) ଅନୁଷ୍ଠିତ

Truthink
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ଏପ୍ରିଲ 1 ଉତ୍କଳ ଦିବସ । ଆଜି ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରାରାଜ୍ୟ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜିର ଦିନ 1936 ମସିହାରେ ମିଳିଥିଲା ମାନ୍ୟତା । ତେବେ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବଡଝରା ଗ୍ରାମରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା ପକ୍ଷରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର (ଅମୃତ ବିନ୍ଦୁ) ବଡଝରା ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡଝରା ପଞ୍ଚାୟତ ସରପଞ୍ଚ ରୁନୁ ପ୍ରଧାନ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଜିଲ୍ଲା ଆବାହକ ସୁଧାକର ସାହୁ ମହୋଦୟ ଉପସ୍ଥିତ ରହି ସଂଗଠନର ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ସେଇଭଳି ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ବଡଝରାର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବାବେଳେ ଗ୍ରାମ ତଥା ଆଖପାଖ ଅଞ୍ଚଳର କିଛି ଯୁବକ ଏହି ରକ୍ତଦାନ ଶିବିରରେ ଅଂଶ ଗ୍ରହଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୋଟ 60 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l


ସେୟାର କରନ୍ତୁ