ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ସରାଙ୍ଗ ଠାରେ ଅବସ୍ଥିତ ନବୋଦୟ ବିଦ୍ୟାଳୟରେ G20 ପାଇଁ ଜନ ଭାଗିଦାରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଅପ୍ରେଲ 1ରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ତେଣୁ ପ୍ରତେକ ଦିନ ଏହି G20 ସମିଳନୀକୁ ନେଇ ପ୍ରତେକ ଦିନ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ତେବେ ଏହି ପ୍ରତିଯୋଗିତା ପାଇଁ ବିଦ୍ୟାଳୟର 370 ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ରାଷ୍ଟ୍ର ଗଠନ ଠାରୁ ଆରମ୍ଭ କରି ଡିଜିଟାଲ ଅର୍ଥ ନୀତି ଉପରେ ଏହାର ଉପକାର ଓ ଅପକାରକୁ ସଚେତନ କରି ପାରିବ । ତେଣୁ ଏହା ଛାତ୍ର ଛାତ୍ରୀଙ୍କ ଜୀବନକୁ ପ୍ରଭାବିତ କରିବା ସହ ଆଜି ଏହି ସମ୍ପର୍କିତ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ବୋଲି କହିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜୁଲାଇ ମାସରେ ହେବାକୁ ଥିବା G20 ସମିଳନୀକୁ ନେଇ ଧନ୍ୟବାଦ ଦେଇଛନ୍ତି ଛାତ୍ର ଛାତ୍ରୀ ।
