ଗାଡି ଧକ୍କାରେ ଯୁବକଙ୍କ ମୃତ 

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ବସଷ୍ଟାଣ୍ଡ 53 ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ସନ୍ଧ୍ୟା ଆଠଟା ପରେ ଜନୈକ ଯୁବକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବଡଝରା ଦଳିତ ସାହିର ଚିତ୍ରସେନ ନାଏକ (45) ନିଜ ଘରୁ ରାସ୍ତାକୁ ବାହାରିବ ପରେ ଅଜଣା ଗାଡି ତାକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣା ସ୍ଥଳରେ ପରିବାର ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଚାପା ଉତେଜନା ସହ ରାସ୍ତା ରୋକ ଟାୟାର ଜାଳି କରିଥିବା ବେଳେ ପରଜଙ୍ଗ ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚି ଭୁଝାସୁଝା ଜାରିରଖିଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ କିଛି ନ ତୁଟି ଥିବା ବେଳେ ପରଜଙ୍ଗ ପୋଲିସ ତଦନ୍ତ ଜାରି ରଖିଛି ।


ସେୟାର କରନ୍ତୁ