ତାତିରେ କଲବଲ ସାରା ରାଜ୍ୟ, ଝାରସୁଗଡାରେ 40 ଡିଗ୍ରୀ ଟପିଲା ଦିନର ତାପମାତ୍ରା

Truthink
ସେୟାର କରନ୍ତୁ

ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା 39 ଡିଗ୍ରୀ ଉପରେ ଥିବାବେଳେ ବାରିପଦା ଓ ଝାରସୁଗୁଡାରେ ଦିନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସରେ ପହଞ୍ଚିଅଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ମୁତାବକ ଝାରସୁଗୁଡାରେ ଆଜି ଦିନର ତାପମାତ୍ରା 40.4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ବାରିପଦାରେ 40 ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ସେହିପରି ଭୁବନେଶ୍ୱରରେ 39.7 ଡ଼ିଗ୍ରୀ, ଚାନ୍ଦବାଲିରେ 39.7 ଡ଼ିଗ୍ରୀ, ସମ୍ବଲପୁରରେ 39.7 ଡ଼ିଗ୍ରୀ, ଅନୁଗୁଳରେ 39.7 ଡିଗ୍ରୀ, ବୌଦ୍ଧରେ 39.5 ଡିଗ୍ରୀ, ମାଲକାନଗିରିରେ 39.5 ଡିଗ୍ରୀ, ଟିଟିଲାଗଡ଼ରେ 39ଡିଗ୍ରୀ, ସୋନପୁରରେ 39.2 ଡିଗ୍ରୀ, ସୁନ୍ଦରଗଡ ଓ ଜଗତସିଂହପୁରରେ 39 ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ।


ସେୟାର କରନ୍ତୁ