ବିଜୁ ବାବୁଙ୍କ ତିରୋଧାନ ଉପଲକ୍ଷେ ରକ୍ତଦାନ ଶିବିର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପାଣିପଞ୍ଚାୟତ ସଭାଗୃହରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ 26ତମ ତିରୋଧାନ ଉପଲକ୍ଷେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ।

ସେହିଭଳି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଅନ୍ୟତମ ବିଜୁ ଜନତା ଦଳର ସଦସ୍ୟ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଉଦୀୟମାନ ଯୁବ ନେତା ତଥା ସଂଗଠକ ଅସିତ୍ କୁମାର ରାୟ ଚୌଧୁରୀ, ବ୍ଲକ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ରୁନୁ ବର୍ମା, ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ, ଛାତ୍ର ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରୀୟଜିତ ସାମଲ, କଙ୍କଡ଼ାହାଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ସରପଞ୍ଚ ତାପସ ପାଣି, ଛାତ୍ର ବିଜେଡ଼ି ସଭାପତି ଶାନ୍ତନୁ କୁମାର ସାହୁ, ଟିକମ ହାତୀ, ପରଜଙ୍ଗ ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ମହାପାତ୍ର, ଦିଲ୍ଲୀପ ବର୍ମାଙ୍କ ସମେତ ଶତାଧିକ ବିଜୁ ଯୁବ ଛାତ୍ର ମହିଳା କର୍ମୀ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ରକ୍ତଦାତାଙ୍କ ଠାରୁ 102 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।


ସେୟାର କରନ୍ତୁ