ପରଜଙ୍ଗ : ଢେଙ୍କାନାଳ ଜିଲ୍ଲାର 8ଗୋଟି ବ୍ଲକରେ ପରଜଙ୍ଗ ବ୍ଲକ ସରାଙ୍ଗ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ 8 ଟି ବ୍ଲକର 26 ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଏହି କେନ୍ଦ୍ରରେ 4595 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ।

ଏଥିରେ ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ଏମାନଙ୍କ ମଧ୍ୟରୁ ମାତ୍ର 80 ଜଣ ଜଣ ମେଧାବୀ ଛାତ୍ର ଛାତ୍ରୀ ପରୀକ୍ଷାଫଳ ପ୍ରକାଶିତ ହେବା ପରେ ସରାଙ୍ଗ ନବୋଦୟ ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ସୂଚନା ମିଳିଛି । ଜିଲ୍ଲାର ଶିକ୍ଷାଧିକାରୀ ନିବେଦିତା ପାଣି ଓ ସରାଙ୍ଗ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରତିମା ମିଶ୍ର ଓ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଚେଷ୍ଟାରେ ଶୃଙ୍ଖଳାର ସହ ପରୀକ୍ଷା ସମ୍ପନ୍ନ ହୋଇଥିଲା ।
