ସାହାଯ୍ୟର ଅପେକ୍ଷାରେ ଦୁଃଖିନୀ ମଞ୍ଜୁଳା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ବୟସ ଆସି 50 ଟପିଲାଣି l ପିଲା ବେଳର ପିଲାଳିଆମୀ କଣ ସିଏ ଜାଣିଲାନି l ବୟସର ଅପରାହ୍ନରେ ସାହାଯ୍ୟ ଟିକେ ପାଇଁ ଆଜି ବି ଅପେକ୍ଷାରେ ଅନାଇ ବସିଛି ମଞ୍ଜୁଳା l ହଁ ବନ୍ଧୁ ଆମେ ଆଜି ଯାହାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପସି ଗ୍ରାମର ନାଉରି ନାଏକଙ୍କ ଝିଅ ମଞ୍ଜୁଳା ନାଏକ l ଯାହାଙ୍କ ପାଇଁ ପ୍ରଶାସନ ତରଫରୁ ନା ମିଳି ପାରୁଛି ସାହାଯ୍ୟ ନା ସହଯୋଗ l

ସୂଚନା ମୁତାବକ, ମଞ୍ଜୁଳା ଜଣେ ମାନସିକ ଭିର୍ଣ୍ଣକ୍ଷମ, ମାନସିକ କାରଣରୁ କେତେବେଳେ ଯେ କୁଆଡେ ପଳେଇଯାଉଛନ୍ତି ଖୁଜି ଖୁଜି ଘର ଲୋକ ବେଳେବେଳେ ନୟାନ୍ତ ହୋଇଯାନ୍ତି l ପରିବାରର ଚାଳ ଛପର ଘରେ ବିତୁଛି ଜୀବନ l ମଞ୍ଜୁଳାର ବାପା ନାଉରି ନାଏକ ମା ହେଉଛନ୍ତି ରାଇଜ ନାଏକ l ବାପା ନାଉରି ଦିନମଜୁରିଆ ଅଟନ୍ତି, ତେଣୁ ମଜୁରୀ ଲାଗିକି ଯାହା ଦୁଇ ପଇସା ଆସେ ସେଥିରେ ପରିବାର ଚାଲିଥାଏ l ହେଲେ ସିଏ ବି ଆସି 70 ବୟସରେ ପହଞ୍ଚିଲେଣି ସିଏ ବା ଆଉ କଣ କରି ପାରିବେ, ସିଏବି ଏବେ ନିରୁପାୟ ଅସହାୟ ହୋଇପଡିଛନ୍ତି l ମଞ୍ଜୁଳାର ବାପା ନାଉରି କହନ୍ତି, ଝିଅ ମୋର ମଞ୍ଜୁଳା ଜନ୍ମରୁ ଭିର୍ଣ୍ଣକ୍ଷମ ହେଲେବି ବାରମ୍ବାର ପ୍ରଶାସନଙ୍କୁ ଦୌଡ଼ି ଗୁହାରୀ କରିବା ପରେ ନିରାଶ ହୋଇ ରହିଅଛି l

ସୂଚନା ଥାଉକି, କହିବାକୁ ଗଲେ ସ୍ଥାନୀୟ ପ୍ରଶାସନ କୌଣସି ସୁବିଧା ଏ ପର୍ଯ୍ୟନ୍ତ ଯୋଗାଇ ଦେଇନାହାନ୍ତି, ଏ ପର୍ଯ୍ୟନ୍ତ ପ୍ରଶାସନ ନଜରକୁ ମଧ୍ୟ ଆସିନି ମଞ୍ଜୁଳାଙ୍କ ଗୁହାରୀ l ଏ ନେଇ ମଞ୍ଜୁଳାଙ୍କ ବାପା ସ୍ଥାନୀୟ ପ୍ରଶାସନକୁ ନିବେଦନ କହିଛନ୍ତି ଯେ, ଝିଅକୁ ମାନସିକ ଭିର୍ଣ୍ଣକ୍ଷମ ଭତା ସାଙ୍ଗକୁ ରାସନ କାର୍ଡରେ ଚାଉଳ ଏବଂ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେଲେ ଘର ସୁଖରେ ଦୁଃଖରେ ଚଳିଯାଆନ୍ତା ବୋଲି କହିଛନ୍ତି l ତେବେ ଦେଖିବାକୁ ବାକି ରହିଲା କେବେ ମଞ୍ଜୁଳାଙ୍କୁ ଦୃଷ୍ଟି ପକାଉଛନ୍ତି ପ୍ରଶାସନ l


ସେୟାର କରନ୍ତୁ