ସକାଳୁ ରାଜଧାନୀ ଭୁବନେଶ୍ୱରରେ 32 ଡିଗ୍ରୀ ତାପମାତ୍ରା ଟପିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ମଧ୍ୟ ସକାଳୁ ସକାଳୁ ପ୍ରଚଣ୍ଡ ଗ୍ରୀଷ୍ମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଦିନ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ 32.8 ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦିଆଯାଇଛି । ରାଜଧାନୀରେ ଆର୍ଦ୍ରତା 79 ପ୍ରତିଶତ ରହିଥିବାରୁ ସକାଳୁ ସକାଳୁ ବହୁତ ଗୁଳୁଗୁଳି ଅନୁଭୂତ ହେଉଥିବା ଜଣାପଡିଲାଣି । ଆଜି ମଧ୍ୟ ଗତକାଲି ଭଳି ରାଜଧାନୀର ତାପମାତ୍ରା 38 ଡିଗ୍ରିରୁ ଅଧିକ ହେବାର ଆଶଙ୍କା ଦେଖାଦେଲାଣି । ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।


ସେୟାର କରନ୍ତୁ