ଏହି ଆସନରୁ ଲୋକସଭା ଲଢ଼ିପାରନ୍ତି ଜୁନିୟର ବିଗ ବି ଅଭିଷେକ ବଚ୍ଚନ

ଦେଶବିଦେଶ ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ଫିଲ୍ମ ଷ୍ଟାର ଏବଂ ଖେଳାଳି ନିର୍ବାଚନ ଲଢ଼ିବା ଏକ ସାମାନ୍ୟ କଥା ଅଟେ । ପୂର୍ବରୁ ବହୁ ଅଭିନେତା ନିର୍ବାଚନ ଲଢ଼ି ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ଏବଂ ଏବେ ମଧ୍ୟ ବହୁ ଅଭିନେତା ରାଜନୈତିକ ମୈଦାନରେ ସକ୍ରିୟ ରହିଛନ୍ତି । ତେବେ ଏଭଳି କଥାକୁ ଆଖି ଆଗରେ ରଖିଲେ ଆଗାମୀ ଲୋକସଭା ନିର୍ବାଚନରେ ​​ଆହ୍ଲାବାଦ ସଂସଦୀୟ ଆସନ ଚର୍ଚ୍ଚାରେ ରହିପାରେ । କାରଣ ସମାଜବାଦୀ ପାର୍ଟି ଏଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଲୋଚନା ହେଉଛି ଯେ ସପା(ସମାଜବାଦୀ ପାର୍ଟି) ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଖୁବ୍ ଶୀଘ୍ର ମୁମ୍ବାଇ ଗସ୍ତ କରି ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଭେଟି ପାରନ୍ତି । କୁହାଯାଉଛି ଯେ ଆହ୍ଲାବାଦ ସହିତ ଅମିତାଭ ବଚ୍ଚନଙ୍କର ଏକ ଗଭୀର ସଂଯୋଗ ଅଛି । ଅଭିଷେକଙ୍କର ମଧ୍ୟ ବହୁତ ପ୍ରଶଂସକ ଅଛନ୍ତି । ଅମିତାଭ ବଚ୍ଚନ 1984ରେ ଆହ୍ଲାବାଦ ସଂସଦୀୟ ଆସନରୁ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନରେ ​​ଜିତିଥିଲେ ।

ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସେତେବେଳର ଭେଟେରାନ ନେତା ହେମବତୀ ନନ୍ଦନ ବହୁଗୁନାଙ୍କୁ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଉକ୍ତ ନିର୍ବାଚନରେ ​​ଅମିତାଭ 68 ପ୍ରତିଶତ ଭୋଟ୍ ପାଇଥିବାବେଳେ ବହୁଗୁନା 25 ପ୍ରତିଶତ ଭୋଟ୍ ପାଇଥିଲେ । ରାଜନୈତିକ ସମୀକ୍ଷକଙ୍କ କହିବା ମୁତାବକ ଯଦି ରୀତା ବହୁଗୁନା ଯୋଶୀଙ୍କୁ ଏଥର ଟିକେଟ୍ ଦିଆଯିବ, ତେବେ 1984ର ସମାନ ଦୃଶ୍ୟ ଦେଖିବାକୁ ମିଳିବ ।

ବାସ୍ତବରେ ବର୍ତ୍ତମାନ ଏଠାରୁ ସାଂସଦ ଭାବେ ରୀତା ବହୁଗୁନା ଯୋଶୀ ଥିବାବେଳେ 1984 ମସିହାରେ ତାଙ୍କ ବାପା ହେମବତୀ ନନ୍ଦନ ବହୁଗୁନା ଲୋକ ଦଳରୁ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥର ଯଦି ରୀତା ଏବଂ ଅଭିଷେକ ସାମ୍ନାକୁ ଆସନ୍ତି, ତେବେ ପ୍ରତିଦ୍ବନ୍ଦିତା ରୋଚକ ହେବ । ବର୍ତ୍ତମାନ ବିଗ୍ ବିଙ୍କ ପତ୍ନୀ ତଥା ଅଭିଷେକ ବଚ୍ଚନଙ୍କ ମାତା ଜୟା ବଚ୍ଚନ ସମାଜବାଦୀ ପାର୍ଟିରେ ଅଛନ୍ତି ।


ସେୟାର କରନ୍ତୁ