ପରଜଙ୍ଗ : ଆଜି ବୁଧବାର ରକ୍ଷାବନ୍ଧନ ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପରଜଙ୍ଗ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମୁଖ୍ୟ ଅତିଥି, ଦଦରାଘାଟି ଫାଣ୍ଡି ଅଧିକାରୀ ଶକ୍ତି ପ୍ରସାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସରସ୍ୱତୀଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରି ଶିବିରକୁ ଶୁଭ ଉଦଘାଟନ କରିବା ସହ ଏ ଦୁଇ ଅଧିକାରୀ ନିଜେ ରକ୍ତ ଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ତେବେ ଶିବିରରେ ରକ୍ତଦାନ ସମେତ ଚକ୍ଷୁ ଓ ଅଙ୍ଗଦାନ ଉପରେ ସେଚ୍ଛାକୃତ ମାନଙ୍କ ଠାରୁ ପଞ୍ଜିକରଣ କେନ୍ଦ୍ର ଖୋଲାଯାଇଥିଲା ତାଳଚେର ରକ୍ତଭଣ୍ଡାରର ଡାକ୍ତର ଓ ଟେକ୍ନିସିଆନ୍ ଆସି ରକ୍ତଦାତାଙ୍କ ଠାରୁ 111 ୟୁନିଟ ରକ୍ତ ସଂଗୃହୀତ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ଜେନା, ଅନୁଷ୍ଠାନର ଉଦ୍ୟୋକ୍ତା କ୍ଷୀରୋଦ କୁମାର ସାହୁ, କଳ୍ପତରୁ ବିଶ୍ଵାଳ ଓ ଆମ ଓଡ଼ିଶା ପରିବାର ତଥା ଗଣମାଧ୍ୟମ ପ୍ରତିନିଧି ସୁବଳ ରାଉତ, ସମସ୍ତ ଗୁରୁଜୀ ଗୁରୁମା, ଅବିଭାବକ ଛାତ୍ର ଛାତ୍ରୀ, ଅଞ୍ଚଳର ନେତୃମଣ୍ଡଳୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ଶିବିର ପରିଚାଳିତ ହୋଇଥିଲା ।