ଢେଙ୍କାନାଳର ଭୁବନରେ ‘ସୁରକ୍ଷା ବନ୍ଧନ ଉତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନ/ଢେଙ୍କାନାଳ : ମୋଦି ସରକାରରେ ମହିଳାଙ୍କ କଲ୍ୟାଣ ପାଇଁ ହୋଇଥିବା କାମ ପୂର୍ବରୁ କେବେ ବି ହୋଇନାହିଁ । ୨ କୋଟି ଲକ୍ଷପତି ଦିଦି, ମହିଳାଙ୍କୁ ଡ୍ରୋନ୍ ବ୍ୟବସ୍ଥା ସହ ଯୋଡିବା ଓ ପି.ଏମ୍ ବିଶ୍ୱକର୍ମା ଭଳି ଯୋଜନା ମା’ ଭଉଣୀକୁ ସ୍ୱାବଲମ୍ବୀ କରିବ ବୋଲି ବୁଧବାର ବୀର ଓ ବୀରଙ୍ଗନାର ମାଟି ଢେଙ୍କାନାଳ ଜିଲ୍ଲାର ଭୁବନ ଠାରେ ‘ରକ୍ଷା ବନ୍ଧନ’ର ଶୁଭ ଅବସରରେ ଆୟୋଜିତ ‘ସୁରକ୍ଷା ବନ୍ଧନ ଉତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କର ସୁରକ୍ଷା ପାଇଁ ମୋଦି ସରକାର ସର୍ବଦା ପଦକ୍ଷେପ ନେଉଛନ୍ତି । ୨୦୧୪ରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ‘ମୋ ସରକାର ଗରିବ ଓ ମହିଳାଙ୍କ ପାଇଁ ସମର୍ପିତ ରହିବ ବୋଲି ଯେଉଁ ସଂକଳ୍ପ ନେଇଥିଲେ, ତାହା ବାସ୍ତବର ରୂପ ନେଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ପ୍ରାୟ ୯ ଲକ୍ଷ ୪୪ ହଜାର ୮୧୫ ଜଣଙ୍କୁ ପ୍ରତି ମାସରେ ମାସରେ ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି । ଜଳ ଜୀବନ ମିଶନ ଦ୍ୱାରା ସବୁ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ଜିଲ୍ଲାରେ ମୋଟ ୨ ଲକ୍ଷ ୨ ହଜାର ୭୮୮ ପରିବାରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଓ ସହରୀରେ ଜିଲ୍ଲାର ସମସ୍ତ ଗରିବ ପରିବାରଙ୍କୁ ପକ୍କା ଘର ଦେବା ପାଇଁ ୮୫ ହଜାରରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରିବା ପାଇଁ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଛି । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଢେଙ୍କାନାଳରେ ୨ ଲକ୍ଷ ୭୨ ହଜାର ୫୬୪ ପରିବାରର ଶୌଚାଳୟ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଢେଙ୍କାନାଳରେ ମୋଟ ୧ ଲକ୍ଷ ୯୯ ହଜାର ୭୫୮ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି ।

ଏହାବ୍ୟତିତ ମୋଦି ସରକାରଙ୍କ ପୂର୍ବରୁ ଭାରତ ସରକାରଙ୍କ ଏନଆରଏଲଏମ ଅଧୀନରେ ୨୦୧୪ ସୁଦ୍ଧା ୧୪ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୮୭ କୋଟି ଟଙ୍କା ଋଣ ମିଳିଥିଲା । ଆଜି ମୋଦି ସରକାରରେ କମ ସୁଧରେ ଓଡ଼ିଶାର ପ୍ରାୟ ୪୦ ଲକ୍ଷ ଏସଏଚଜି ମହିଳାଙ୍କୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଋଣ ମିଳିଛି । ସେହିପରି ସୁରକ୍ଷିତ ମାତୃତ୍ୱ ଅଭିଯାନ, ମାତୃ ବନ୍ଦନା, ସଂଚୟ ଯୋଜନା ଭଳି କାର୍ଯ୍ୟକ୍ରମ ଭୁବନ ଓ ଢେଙ୍କାନାଳ ସମେତ ଓଡ଼ିଶାର ନାରୀଶକ୍ତିକୁ ବଳ ଦେଇଛି । ମୋଦି ସରକାରଙ୍କ ଦେଶରେ ୨ କୋଟି ଲକ୍ଷପତି ଦିଦି ବନାଇବାର ନିଷ୍ପତି, ମହିଳାଙ୍କୁ ଡ୍ରୋନ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବସ୍ଥା ସହ ଯୋଡିବା ଏବଂ ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତ୍ତିଧାରୀ ମାନଙ୍କ ନିମନ୍ତେ ପି.ଏମ୍ – ବିଶ୍ୱକର୍ମା ଭଳି ଯୋଜନା ମହିଳା ସମାଜକୁ ସ୍ୱାବଲମ୍ବୀ କରିବା ସହ ଦେଶର ଅର୍ଥନୀତିରେ ବଡ଼ ଯୋଗଦାନ ରଖିବ ।

ରୋଷେଇ ଗ୍ୟାସର ମୂଲ୍ୟ ୨୦୦ ଟଙ୍କା କମ କରିବା ସହ ପିଏମ ଉଜ୍ଜ୍ୱଳା ଯୋଜନାରେ ଅଧିକ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡିବାର ଏକ ଯୁଗାନ୍ତକାରୀ ନିଷ୍ପତି ମୋଦି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା ଯୋଜନାର ସଫଳ ରୂପାୟନ କାରଣରୁ ଅନେକ ମାଆ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସୁରକ୍ଷିତ ହୋଇଛି । ପୂର୍ବରୁ ବର୍ଷକୁ ଦେଶର ୫ ଲକ୍ଷ ମହିଳାମାନେ କାଠ ଚୁଲିରେ ରୋଷେଇ କରି ଧୂଆଁ କାରଣରୁ ରୋଗାକ୍ରାନ୍ତ ହେଉଥିଲେ । ମାତ୍ର ଏବେ ଏହି ସମସ୍ୟା ଧୂର ହୋଇଛି । ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲପିଜି ହିତାଧିକାରୀ ଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଞ୍ଚିଛି । ଏହି କଲ୍ୟାଣକାରୀ ନିଷ୍ପତି ପାଇଁ ମା’ ଓ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଛାତ୍ରଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଢେଙ୍କାନାଳ ଗସ୍ତ କାଳରେ ଭୁବନ ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

୨ କୋଟି ଲକ୍ଷପତି ଦିଦି, ଡ୍ରୋନ୍ ବ୍ୟବସ୍ଥା ଓ ପି.ଏମ୍ ବିଶ୍ୱକର୍ମା ଭଳି ଯୋଜନା ମା’ ଭଉଣୀକୁ ସ୍ୱାବଲମ୍ବୀ କରିବ -ଧର୍ମେନ୍ଦ୍ର ପ୍ରଧାନ

• ରାକ୍ଷୀ ପୂର୍ଣ୍ଣିମାରେ କେନ୍ଦ୍ରମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଅନେକ ମହିଳା ଓ ଛାତ୍ରଛାତ୍ରୀ
• ମାଆ ଭଉଣୀଙ୍କ ପାଇଁ ପଦକ୍ଷେପ ନେଇଥିବାରୁ ମୋଜୀଙ୍କୁ ଆଶୀର୍ବାଦ ଦେବା ସମର୍ଥନ କରିବା
• ଢେଙ୍କନାଳର ମହିଳାଙ୍କ ପାଇଁ ମୋଦି ସରକାର କରିଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଲେ
• ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ପ୍ରାୟ ୯ ଲକ୍ଷ ୪୪ ହଜାର ୮୧୫ ଜଣଙ୍କୁ ପ୍ରତି ମାସରେ ମାସରେ ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି
• ଆବାସ ଯୋଜନାରେ ୮୫ ହଜାରରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରିବା ପାଇଁ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଛନ୍ତି ମୋଦି ସରକାର
• ଉଜ୍ଜ୍ୱଳା ଯୋଜନାରେ ୧ ଲକ୍ଷ ୯୯ ହଜାର ୭୫୮ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ
• ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୨ ଲକ୍ଷ ୭୨ ହଜାର ୫୬୪ ପରିବାରର ଶୌଚାଳୟ ନିର୍ମାଣ
• ମୋଟ ୨ ଲକ୍ଷ ୨ ହଜାର ୭୮୮ ପରିବାରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯାଇଛି
• ସୁରକ୍ଷିତ ମାତୃତ୍ୱ ଅଭିଯାନ, ମାତୃ ବନ୍ଦନା, ସଂଚୟ ଯୋଜନା ଭଳି କାର୍ଯ୍ୟକ୍ରମ ଭୁବନ ଓ ଢେଙ୍କାନାଳ ସମେତ ଓଡ଼ିଶାର ନାରୀଶକ୍ତିକୁ ବଳ ଦେଇଛି
• ୨ କୋଟି ଲକ୍ଷପତି ଦିଦି, ଡ୍ରୋନ୍ ବ୍ୟବସ୍ଥା ପି.ଏମ୍ ବିଶ୍ୱକର୍ମା ଭଳି ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବ


ସେୟାର କରନ୍ତୁ