ସ୍ଵସ୍ଛାକୃତ ରକ୍ତଦାନ ଶିବିର, 36 ୟୁନିଟ ରକ୍ତ ସଂଗୃହୀତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଯୁବଶକ୍ତି ସମର୍ପିତ ଓଡିଶା ପକ୍ଷରୁ ବରିହାପୁର ଉପ୍ରା ବିଦ୍ୟାଳୟ ମନ୍ଦିର ପରିସରରେ ଏକ ସ୍ଵସ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତାଳଚେର ରକ୍ତଭଣ୍ଡାରର ଡ଼ାକ୍ତର ଏବଂ ଟେକ୍ନିସିଆନ୍ ଆସି ରକ୍ତଦାତାଙ୍କ ଠାରୁ 36 ୟୁନିଟ ରକ୍ତ ସଂଗୃହୀତ କରିଥିଲେ ।

ତେବେ ଯୁବଶକ୍ତିର ଅଧଃକ୍ଷ ହିମାଂଶୁ ଭୂଷଣ ବାରିକ ଏହି ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ସାହୁ, ନରେନ୍ଦ୍ର ବିଶ୍ୱାଳ, ତ୍ରିନାଥ ସାହୁ, ସଚିନ ସାହୁ, ଶୀତଲ ପ୍ରଧାନ ଏବଂ ଅଞ୍ଚଳର ନେତୃମଣ୍ଡଳୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ଶିବିର ପରିଚାଳିତ ହୋଇଥିଲା ।


ସେୟାର କରନ୍ତୁ