ନବ ନିଯୁକ୍ତ ବ୍ଲକ କଂଗ୍ରେସର ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ତାର ସଙ୍ଗଠନକୁ ମଜଭୁତ କରିବା ପାଇଁ କେତେକ ଜାଗାରେ ବ୍ଲକ ସ୍ତରୀୟ ସଭାପତିମାନଙ୍କୁ ବଦଳାଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ରାଜ୍ୟ କଂଗ୍ରେସ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଇଁ ନୂତନ ବ୍ଲକ ସଭାପତି ଭାବରେ ବିଜୟ କୁମାର ରାଓତରାୟଙ୍କୁ ନିଯୁକ୍ତ କରିଥିବା ଦେଖିବାକୁ ମିଳିଅଛି । ଏହା ପୂର୍ବରୁ ପରଜଙ୍ଗ କଂଗ୍ରେସର ବ୍ଲକ ସଭାପତି ଭାବରେ ନଗେନ ବିନାୟକ କାର୍ଯ୍ୟ କରୁଥିଲେ ।

ତେବେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ନୂତନ ସଭାପତି ରାଓତରାୟଙ୍କୁ ପରଜଙ୍ଗ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସର ସମସ୍ତ କର୍ମୀମାନଙ୍କ ଗହଣରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରମ୍ପରା ଅନୁଯାୟୀ ପୂର୍ବତନ ସଭାପତି ନୂତନ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।

ସେହିପରି କଂଗ୍ରେସ ଭାଇସ ପ୍ରେସିଡେଣ୍ଟ ଢେଙ୍କାନାଳ ରଣଜିତ କୁମାର ସାହୁ ମଞ୍ଚକୁ ପରିଚାଳନା କରାଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ କଂଗ୍ରେସ ସମ୍ପାଦକ ବିଜୟ କୁମାର ପଣ୍ଡା, ସଦାଶିବ ମଲିକ, ନିର୍ମଳ ଗଡ଼ନାୟକ, ପଦ୍ମଲାଭ ଦେହୁରୀ, ଶରତ ନାଏକ, ଦୟାସାଗର ଦାସ, ବିନୟ କୁମାର ଦାସ, ନୃସିଂହ ଚରଣ ନାଏକ ଏବଂ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଶତାଧିକ କର୍ମୀ ଯୋଗ ଦେଇଥିଲେ ।


ସେୟାର କରନ୍ତୁ