ଚଳନ୍ତା ଟ୍ରେନରୁ ପଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ପୁଅର ମଲା ମୁହଁ ଦେଖିବାକୁ ସରକାରଙ୍କୁ ଗୁହାରି କଲେ ପରିବାର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଚଳନ୍ତା ଟ୍ରେନରୁ ପଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ସୂଚନା ଅନୁସାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଳଦା ପଞ୍ଚାୟତ ଖୁଣ୍ଢେଇଖୋଲ ଗ୍ରାମରେ । କଣ୍ଢେଇଖୋଲ ଗାଁ’ର କୀର୍ତ୍ତନ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଗତ ରବିବାର ଦିନ ସାଙ୍ଗ ମାନଙ୍କ ସହିତ ଭୁବନେଶ୍ୱରରୁ ଚେନ୍ନଇ ଟ୍ରେନରେ ଯାଉଥିବା ବେଳେ ନାଗପୁର ଅଞ୍ଚଳ ପାଖା ପାଖିରେ ଚଳନ୍ତା ଟ୍ରେନରୁ ଖସି ପଡ଼ି ମୃତ୍ୟୁ ହୋଇଛି । ସୁଶାନ୍ତ ଚେନ୍ନାଇର ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଦେହ ନାଗପୁର କାମଠି ପୋଲିସ ଅଧୀନରେ ଥିବା ସୂଚନା ରହିଛି । ମୃତ ଶରୀରର ଘରକୁ ଆଣିବାକୁ ପାଖରେ ଅର୍ଥ ନାହିଁ ହେଲେ ପୁଅର ମଲା ମୁହଁ ଦେଖିବାକୁ ପରିବାର ଲୋକେ ଚାହିଁ ରହିଛନ୍ତି । ସୁଶାନ୍ତଙ୍କ ମୃତ ଦେହ ଘରକୁ ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ସାଇ ପଡୋଶୀ । ଯାହାକୁ ନେଇ କୁଣ୍ଢେଇଖୋଲ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଥାଉକି, ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ସୁଶାନ୍ତ ଙ୍କ ପରିବାରକୁ ଆଜିପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଟିଏ ମିଳିନଥିବା ବେଳେ,ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବକୁ ଗୁହାରି କରିଛନ୍ତି ପରିବାର ଲୋକ ।


ସେୟାର କରନ୍ତୁ