ପି ବି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ବାଲ୍ୟବିବାହ ଉଚ୍ଛେଦର ସଚେତନତା

ରାଜ୍ୟ
ସେୟାର କରନ୍ତୁ

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ପି ବି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଆଇ ୱାଇ ଡି ପି ମାଧ୍ୟମରେ ବାଲ୍ୟ ବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତେବେ ଏଥିରେ ଆନୁଷ୍ଠାନିକ ଭାବେ ଅଧକ୍ଷ ରମାନାଥ ପଣ୍ଡା ଉଦଘାଟନ କରିଥିବାବେଳେ କୋର୍ଡି ନେଟର ରବିନାରାୟଣ ସାହୁ ଓ ପୋଗ୍ରାମ ଅଫିସର ପ୍ରତାପ ଚନ୍ଦ୍ର ରଣାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମହାବିରୋଡ଼ ଗ୍ରାମ ପରିକ୍ରମା କରିବା ସହ ଲୋକମାନଙ୍କୁ ବାଲ୍ୟ ବିବାହ କିଭଳି ରୋକାଯାଇପାରିବ ସେ ବିଷୟରେ ସଚେତନ କରାଇଥିଲେ ।


ସେୟାର କରନ୍ତୁ