ପରଜଙ୍ଗ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରେ ଗତ ଡ଼ିସେମ୍ବର 2 ତାରିଖରୁ ଡିସେମ୍ବର 21 ତାରିଖ ପର୍ଯ୍ୟନ୍ତ ପରିଚାଳିତ ହୋଇଥିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଆଇୱାଇଡିପି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିହାର ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳିତର ସହ ଉଦଯାପିତ ହୋଇଯାଇଛି ।

ଉଦଯାପନୀ ସମାରୋହରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଡ଼ ମଣିଷ ଓ ଭଲ ମଣିଷର ପାର୍ଥକ୍ୟର ଅନ୍ତର କଥା କହିବା ସହ ସରକାରଙ୍କର ଉକ୍ତ କାର୍ଯ୍ୟକ୍ରମ ଆଜିର ସମାଜରେ ଯୁବ ବର୍ଗଙ୍କୁ ବିକଶିତ ମାର୍ଗରେ ପହଞ୍ଚାଇବା ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ (ଆଇୱାଇଡିପି) ଯୋଜନା ତିଆରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯୁବ ପ୍ରତିଭା ମାନଙ୍କ ପାଇଁ ଯଥା- ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟକ୍ରମ ଏହି 3ଟି ସ୍ତର ଉପରେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ ରହିଛି ବୋଲି ଅବଗତ କରାଇଥିଲେ ।

ତେବେ ଜିଲ୍ଲା ପରିଷଦ ସଦସ୍ୟ ତଥା ସମାଜ ସେବୀ ନିରାକାର ପ୍ରଧାନ, ଉକ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସନାତନ ସାମଲ ଓ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ପ୍ରାଧ୍ୟାପିକା ତଥା ଆଇୱାଇଡିପି କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳିକା ସ୍ମିତାରାଣୀ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବଣମଲ୍ଲୀ ବଣରେ ଫୁଟି ନଯାଇ କେମିତି ଆଗକୁ ଅଗ୍ରସର ହୋଇପାରିବ ସରକାରଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ।

ଦୀର୍ଘ 20 ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ରାଲି, ବାଲ୍ୟ ବିବାହ ଉଚ୍ଛେଦ ସଚେତନା, ସଫେଇ, କ୍ରିକେଟ, ଭଲି ଖେଳ, ରକ୍ତଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ କ୍ରୀଡା କ୍ଷେତ୍ରରେ ଖେଳକୁଦ ପ୍ରତିଯୋଗିତା ଗୁଡ଼ିକ ସ୍ଥାନ ପାଇଥିଲା ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକ ଅଧ୍ୟାପକ ଅଞ୍ଜନ କୁମାର ମହାରଣା , କୁଳମଣି ମେହେର , ପ୍ରସନ୍ନ କୁମାର ସାହୁ , ସଚ୍ଚିଦାନନ୍ଦ ପ୍ରଧାନ ,ବିକାଶ ପ୍ରଧାନ, ବିଶିକେଶନ କର୍ଣ୍ଣ, ରଞ୍ଜନ ଗଡନାୟକ, ସମୀର ମୁକୁଟ ପ୍ରମୁଖ ସଞ୍ଚାଳନ ଦାୟିତ୍ଵ ନିର୍ବାହ କରିଥିଲେ ।

ସେହିପରି ସସ୍ମିତା ସାହୁ, କବିତା ସ୍ବାଇଁ, ଜୟଯୁକ୍ତା ପଟ୍ଟନାୟକ, ଭବାନୀ ଶଙ୍କର ଦଳବେହେରା (ମଣ୍ଟୁ), ନିରୋଦ ଦାସ, ବିନୟ କୁମାର ଦଳବେହେରା, ସୁବଳ ଦଳବେହେରାଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଦୈନଦିନ ପରିଚାଳିତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ପ୍ରତ୍ୟେକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା +3 ର ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର ଦିବ୍ୟ ରଞ୍ଜନ ବେହେରା, +3 3ୟ ବର୍ଷର ବିଜ୍ଞାନ ଛାତ୍ର ଚନ୍ଦନ ରାଉତ, +3 ପ୍ରଥମ ବର୍ଷର କଳା ଛାତ୍ରୀ କାଜଲ ସାହୁ +2 ଦ୍ଵିତୀୟ ବର୍ଷର ବିଜ୍ଞାନ ଛାତ୍ର ବିଶ୍ୱଜିତ୍ ଦଳବେହେରା,+2 ଦ୍ଵିତୀୟ ବର୍ଷର କଳା ଛାତ୍ରୀ ଯୋଗଜ୍ୟୋତି ସାହୁ ପ୍ରମୁଖ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବାରୁ ମଞ୍ଚାସୀନ ଅତିଥିଙ୍କ ଠାରୁ ମାନପତ୍ର ସହ ସିଲ୍ ଅଳଙ୍କୃତ କରିଥିଲେ ।

ଆଇୱାଇଡିପି ଦ୍ଵାରା ପରିଚାଳିତ ପ୍ରତ୍ୟେକ କାର୍ଯ୍ୟକ୍ରମର କୃତି ଛାତ୍ର ଛାତ୍ରୀ ମାନପତ୍ର ସହ ସିଲ୍ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଅଧ୍ୟାପକ କୌଶିକ କୁମାର ଦେହୁରୀ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ସଞ୍ଚାଳନ କରିଥିଲେ । ପରିଶେଷରେ ଅଧ୍ୟକ୍ଷ ଡ଼ ସାହୁ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ କାର୍ଯ୍ୟକ୍ରମ ପରିଶେଷରେ ମଞ୍ଚ ପେଣ୍ଡାଲରେ ଛାତ୍ର ଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


ସେୟାର କରନ୍ତୁ