ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ଆଇୱାଇଡିପି) କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ହୋଇଯାଇଛି ।

ତେବେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ବେଳେ ଅନିର୍ବାର୍ଯ୍ୟ କାରଣ ବଶତଃ ଉକ୍ତ ସଭାରେ ଯୋଗ ଦେଇପାରି ନଥିଲେ, ଯାହା ଫଳରେ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ନିରାକାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଯୁବ ପ୍ରତିଭାକୁ ବିକଶିତ କରିବା ପାଇଁ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ସମ୍ମାନୀତ ଅତିଥି ଶ୍ରୀ ପ୍ରଧାନ ନିଜର ଭାଷଣ ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମର ସଞ୍ଚାଳିକା ତଥା ଅଧ୍ୟାପିକା ଡଲିମା ଭୁକ୍ତା, ଶାରଦା ପ୍ରସନ୍ନ କବି ଓ ମିନର୍ଭା ସାହୁ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ ।

ଅନୁଷ୍ଠାନର ପ୍ରଶାନ୍ତ କୁମାର ନାୟକ, ଖେଳ ଶିକ୍ଷକ କବିବର ସାହୁ, ବରିଷ୍ଠ କିରାଣୀ ପ୍ରତାପ କୁମାର ସାହୁ, ଆରତୀ ବିଶ୍ୱାଳ, ଯୋଗେଶ୍ୱର ବିଶ୍ଵାଳ, ତାପସ ରଞ୍ଜନ ସାହୁ, ରୋଜାଲିନ ଦେହୁରୀ ପ୍ରମୁଖ ପରିଚାଳିତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ । ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନୀତ ଅତିଥି ସିଲ୍ ପ୍ରଦାନ କରିଥିଲେ ।
