ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଜୟପୁରା କାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ଚାଷୀ ମାନଙ୍କ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓୟୁଏଟି ଶାଖା ମୁଖ୍ୟ ଭକ୍ତଚରଣ ଧୀର, ନୟାଗଡ଼ ଆଖୁ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ ଜ୍ୟୋତିରେଖା ପଟ୍ଟନାୟକ, ବୈଜ୍ଞାନିକ ପ୍ରଭାକିରଣ ଦାଶ, ସୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଖୁଚାଷକୁ କିଭଳି ଉନ୍ନତ ପ୍ରଣାଳୀରେ ଚାଷ କରାଯାଇ ପାରିବ ସେ ଉପରେ ଆଲୋକପାତ କରିଥିଲେ l

ଆଖୁଚାଷୀ ମାନେ କିପରି ସରକାରୀ ସହାୟତା ପାଇ ଅଧିକରୁ ଅଧିକ ଉତ୍ପାଦନ କରିବା ସହ ଭଲ ରୋଜଗାର କରିପାରିବେ ସେ ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଅବସରରେ କାମାକ୍ଷାନଗର, ପରଜଙ୍ଗ, କଙ୍କଡାହାଡ଼ ଆଦି ବ୍ଲକର ଶତାଧିକ ଆଖୁଚାଷୀ ଯୋଗ ଦେଇଥିବା ବେଳେ ବରିଷ୍ଠ କୃଷି ବୈଜ୍ଞାନିକ ଡ଼ ସ୍ଵାଗତିକା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l