ନୂଆ ଆଇନକୁ ପ୍ରତିବାଦ କରି ରାଜ ରାସ୍ତାରେ ଡ୍ରାଇଭର ସଙ୍ଘ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : କେନ୍ଦ୍ର ସରକାରଙ୍କ ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତିକୁ ଓଡ଼ିଶା ସମେତ ପୂରା ଭାରତରେ ଡ୍ରାଇଭର ମହାସଂଘ ବିରୋଧ କରିଛି । କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନ ଆହୁରି କେତେଦିନ ଯାଏଁ ଜାରି ରହିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ । ତେବେ ରାଜ୍ୟରେ ଡ୍ରାଇଭର ସଙ୍ଘ ସହିତ ପରିବହନ କମିଶନ ବୈଠକ କରିଥିଲେ ଯେଉଁଥିରେ ଡ୍ରାଇଭର ଏକତା ମହା ମଞ୍ଚ ଉପସ୍ଥିତ ଥିଲେ l

ସୂଚନା ଅନୁଯାୟୀ, ରାଜ୍ୟରେ ଯେଉଁ ସବୁ ଦାବୀ ରହିଥିଲା ସେ ବିଷୟରେ ଆଲୋଚନା ହୋଇଥିଲା, ଯାହାପରେ ସ୍ଥଗିତ ରଖିବାକୁ ଡ୍ରାଇଭର ସଙ୍ଘ ରାଜି ହୋଇଥିବା କହିଛନ୍ତି ପରିବହନ କମିଶନ l ସେପଟେ ହିଟ ଆଣ୍ଡ ରନ ଆଇନକୁ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ ତେଣୁ ଡ୍ରାଇଭର ସଙ୍ଘ ଆନ୍ଦୋଳନକୁ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି l

ଏହି ପରିପ୍ରେକ୍ଷୀରେ ପରଜଙ୍ଗର ବିଭିନ୍ନ ସ୍ଥାନରେ 53 ନମ୍ବର ରାଜପଥରେ ମଧ୍ୟ ଦେଖିବାକୁ ମିଳିଛି ଡ୍ରାଇଭର ମାନଙ୍କ ଆନ୍ଦୋଳନ l ଏ ନେଇ ଜାନ ବାହାନ ଚଳାଚଳ ବ୍ୟାଘାତ ଘଟିଛି ଯେଉଁଥିରେ ଲୋକମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l


ସେୟାର କରନ୍ତୁ