ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଶିବ ମନ୍ଦିର ଠାରେ ଖଡୁରା ସମାଜ ବୈଠକ, ନୂତନ କର୍ମ କର୍ତ୍ତା ଚୟନ ଓ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଖଡୁରା ସମାଜ ଉନ୍ନତି ଓ ଆର୍ଥିକ ଭାବେ କିଭଳି ସେମାନେ ସ୍ୱାବଲମ୍ବୀ ହେବେ ସହର ଏବଂ ସହର ଉପକଣ୍ଠ ବା ଗ୍ରାମାଞ୍ଚଳରେ ରହୁଥିବା ଖଡୁରା ସମାଜ ଆଗକୁ ବଢ଼ି ପାରିବେ ବ୍ୟାପକ ଆଲୋଚନା ହୋଇଥିଲା l

ଏ ନେଇ ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ନିଖିଳ ଉତ୍କଳ ରାଜ୍ୟ ଖଡୁରା ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକ, ଉପସଭାପତି ତରୁଣ ସାହୁ, ଜିଲ୍ଲା ସଭାପତି ସନ୍ତୋଷ କୁମାର ନାୟକ, ପରିଚାଳନା କମିଟି ବାରିହାପୁର ଖଡୁରା ସମାଜର ଗିରୀଶ ଚନ୍ଦ୍ର ସାହୁଙ୍କୁ ପଦ ପଦବୀ ଚୟନ କରି ଜିଲ୍ଲା ସ୍ତରୀୟ ଖଡୁରା ସମାଜ କିଭଳି ଏକଜୁଟ ହୋଇ ପାରିବେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା l ଏଥିରେ ବିଭିନ୍ନ ଗ୍ରାମାଞ୍ଚଳରୁ ଖଡୁରା ସମାଜର ଲୋକମାନେ ଯୋଗଦେଇଥିଲେ l
