ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରେହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ସର୍ବେଶ୍ବର ଚୌଧୁରୀ ।

ସୂଚନା ମୁତାବକ, ସାଂସଦ ଜୁଏଲ ଓରାମ ଆଜି ଅପରାହ୍‌ଣରେ ଇନୋଭା ଗାଡି ଯୋଗେ ଭୁବନେଶ୍ବରରୁ ସୁନ୍ଦରଗଡ଼ ଅଭିମୁଖେ ନିଜ କାର୍‌ରେ ଯାଉଥିଲେ । ସେ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ମଧ୍ୟାହ୍ନରେ ଦୁର୍ଘଟଣାର ସାମ୍ନା କରିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧୀନ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସାଂସଦଙ୍କ କାର ସହିତ ସାମ୍ନା କରିଥିଲେ । କିନ୍ତୁ ସେହି ସମୟରେ ସାଂସଦଙ୍କ ଗାଡ଼ିର ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ସର୍ବେଶ୍ବର ଚୈାଧୁରୀ ଗୁରୁତର ହୋଇଥିଲେ ।


ସେୟାର କରନ୍ତୁ