ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ମିଳିଛି ମହାବଳ ବାଘର ମୃତ ଦେହ । ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର୍ୟ ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ମୃତ ବାଘର ବୟସ 3ରୁ 4 ବର୍ଷ ବୋଲି ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
